ପିପିଲିରେ କରୋନା କଟକଣାକୁ ଫୁ

(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ଜିଲ୍ଲା ପିପିଲିରେ କରୋନା କଟକଣାକୁ ଫୁ… ମାନୁନାହାନ୍ତି ଦୋକାନୀ ଓ ଗ୍ରାହକ ! କରୋନା ସଂକ୍ରମଣକୁ ରୋକିବା ପାଇଁ ପିପିଲି ସାପ୍ତାହିକ ହାଟକୁ ପିପିଲି ପ୍ରଶାସନ ତରଫରୁ ବନ୍ଦ କରାଯାଇଥିବା ବେଳେ ରାସ୍ତା ପାର୍ଶ୍ୱରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁମତି ଥିଲା ! ହେଲେ ଆଜି ଶୁକ୍ରବାର ପିପିଲି ହାଟ ଥିବାରୁ ହାଟ ବନ୍ଦ ଥିବା ସତ୍ୱେ ରାସ୍ତା କଡ଼ରେ ଦୋକାନୀ ଏବଂ ଗ୍ରାହକଙ୍କ ଲାଗିଛି ଭିଡ଼…. ସାମାଜିକ ଦୂରତା ଆଦୌ ନାହିଁ….ଯେଉଁଭଳି ଲୋକଙ୍କ ଭିଡ଼ ଲାଗି ରହିଛି ଯଦି କେହି ଜଣେ ବି କରୋନା ସଂକ୍ରମିତ ଥିବେ ତେବେ ବଡ଼ ସଂଘାତିକ ଅବସ୍ଥା…. ଏହାକୁ ଦୃଷ୍ଟିରେ ରଖି ପିପିଲି ପୋଲିସ ପକ୍ଷରୁ ସଚେତନତା କରାଯିବା ସହ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା ବେଳେ ଛୋଟ ଦୋକାନୀଙ୍କ ଠାରୁ ଫାଇନ ଆଦାୟକୁ ବିରୋଧ କରିଛନ୍ତି ବ୍ୟବସାୟୀ ! ସେପଟେ ଦୋକାନୀ ମଧ୍ୟ ଜୀବିକା ପାଇଁ ଜୀବନକୁ ବାଜି ଲଗାଇଥିବା ବେଳେ ଗ୍ରାହକ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ଜରୁରୀ ହୋଇପଡିଛି !