ଶୂନ୍ୟକାଳରେ ବି ବିଜେପି ଉଠାଇଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ, ତଦନ୍ତକୁ ୪୩ ଦିନ ବିତିଥିଲେ କିଛି ମିଳିଲା ନାହିଁ

ଭୁବନେଶ୍ୱର:ଶୂନ୍ୟକାଳରେ ବି ବିଜେପି ବି ଉଠାଇଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ତଦନ୍ତକୁ ୪୩ ଦିନ ବିତିଥିଲେ କିଛି ମିଳିଲା ନାହିଁ । ତେଣୁ ଆମେ ତଦନ୍ତ ଭାର ସିବିଆଇ କୁ ଦେବା ଲାଗି ଦାବି କରୁଛୁ । କ୍ରାଇମବ୍ରାଞ୍ଚ ବିଶ୍ଵସନୀୟତ ହରାଉଛି । କ୍ରାଇମବ୍ରାଞ୍ଚ ଯେତେ ତଦନ୍ତ ଭାର ନେଇଛି ତାର ରେଜଲ୍ଟ ଭଲ ନାହିଁ । ଏହି ପ୍ରସଙ୍ଗ ଉଠାଇବା କି ଆନ୍ଦୋଳନ କରିବାରୁ ବିଜେପି ଯୁବ ମୋର୍ଚ୍ଚା ଉପରେ ୩୦୭ ଦଫା ଲଗେଇଲେ । ସେପଟେ ନବ ଦାସ ହତ୍ୟାକାଣ୍ଡ ନେଇ ବିରୋଧୀ ଆଣିଥିବା ଅଭିଯୋଗ ର ଗୃହ ଭିତରେ ଜବାବ ରଖିଲେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ବାରମ୍ବାର ଗୃହରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ବି ଉତ୍ତର ରଖିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ବି କହିଛନ୍ତି ସବୁ ଦିଗକୁ ନେଇ ତଦନ୍ତ ହେଉଛି।  ଆବଶ୍ୟକ ପଡିଲେ ବାହାର ସଂସ୍ଥାର ସହଯୋଗ ନିଆଯାଉଛି ।