ଭୁବନେଶ୍ୱର: ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି । ନନ୍ଦନକାନରେ ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି । ସିଂହୀ ରେୱା ଠାରୁ ୩ଟି ଛୁଆ ଜନ୍ମ ହୋଇଛନ୍ତି । ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ ରୱା ଛୁଆଙ୍କୁ ନ ଆଦରିବାରୁ ତାଙ୍କୁ ବେବି ରିଅରିଙ୍ଗ ସେଣ୍ଟର୍ରେ ରଖାଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ ରେୱା ଓ ଜିତ୍ର ମିଳନ ହୋଇଥିଲା। ଫଳରେ ରେୱା ଗର୍ଭ ଧାରଣ କରିଥିଲା। ତେବେ ଆହୁରି ଛୁଆ ଜନ୍ମ କରିବାର ସମ୍ଭାବନା ଥିବା ନେଇ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।