ମାଲକାନଗିରିରେ ଏନ.ଡି.ଆର.ଏଫ ଯବାନଙ୍କ ଦୁସାହାସିକ ରଣ କୌଶଳ

ମାଲକାନଗିରି/ ସୂର୍ଯ୍ୟକାନ୍ତ ବେହେରା : ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତା କଡରେ ଥିବା ସତିଗୁଡା ଜଳ ଭଣ୍ଡାରରେ ଆଜି ଏନ.ଡି.ଆର.ଏଫର ଯବାନ ମାନେ ଜଳ ମଧ୍ୟରେ ଦୁଶାହାସିକ ରଣ କୌଶଳ ପ୍ରଦର୍ଶନ କରିଛନ୍ତି । ବନ୍ୟା ବାତ୍ୟା ସମୟରେ ନଦୀ କିମ୍ବା ସମୁଦ୍ରରେ ବୁଡି ଯାଉଥିବା ବ୍ୟକ୍ତିଙ୍କୁ କିପରି ନିରାପଦରେ ଉଦ୍ଧାର କରାଯାଏ । ନଦୀ କିମ୍ବା ସମୁଦ୍ର ଗର୍ଭରେ କୌଣସି ବ୍ୟକ୍ତି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଜଳ ମଧ୍ୟରେ ରହି ଯାଇଥାନ୍ତି ତାଙ୍କୁ କିପରି ଉଦ୍ଧାର କରାଯିବ ସେ ସମୟରେ ପ୍ରତେକ୍ଷ କାର୍ୟ୍ୟ ଶୌଳି ପ୍ରଦର୍ଶିତ କରିଥିଲେ । ଶଙ୍କଟା ପର୍ଣ୍ଣ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ତତ୍କ୍ଷଣାତ୍ କିପରି ଚିକିତ୍ସା କରାଯିବ ଯଥା ପେଟରୁ ଜଳ ନିଷ୍କାସନ , ଅକ୍ସିଜେନ୍ ସଂଯୋଗ , ଥଣ୍ଡାରୁ ମୁକ୍ତି ପାଇଁ ଜରୁରି ଓଷଧ ଇତ୍ୟାଦି ସମ୍ବନ୍ଧରେ ପ୍ରତେକ୍ଷ ଶିକ୍ଷା ଦିଆଯାଇଥିଲା । ମାଲକାନଗିରି ଜିଲ୍ଲା ଘଡେଇ ଆବାସିକ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜଳ ଭଣ୍ଡାର ତଟରେ ଥାଇ ଏହି ଦୃଶ୍ୟକୁ ଉପଭୋଗ କରିବା ସହ ପ୍ରତ୍ୟେକ୍ଷ ଜ୍ଞାନ କୌଶଳ ଅର୍ଜନ କରିଥିଲେ । କଟକ ମୁଣ୍ଡଳିରୁ ଆସିଥିବା ଜାତୀୟ ବିପର୍ୟ୍ୟୟ ସୁରକ୍ଷା ବଳ ବାଟାଲିୟାନ୍ ତିନିର ଇନ୍ସ୍ପେକ୍ଟର ସୁନିଲ୍ କୁମାର ଶାନ୍ତିଙ୍କ ତତ୍ୱାବଧାନରେ ଜବାନ ମାନେ କଳା କୌଶଳ ପ୍ରଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ହକାରୀ ଜିଲ୍ଲାପାଳ ଲଳିତ ମଣ୍ଡଳ , ଜିଲ୍ଲା ପ୍ରକୃତିକ ବିପର୍ୟ୍ୟୟ ପ୍ରକଳ୍ପ ଅଧିକାରୀ ସୁଧାସୁଂ ଶେଖର ପୁଷ୍ଟି , ଅଗ୍ନିଶ୍ରମ ବିଭାଗ ଅଧିକାରୀ ଏସ.କେ ସିଂଙ୍କ ସହ ଅଂଚଳ ବାସୀ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।