ଭୁବନେଶ୍ୱର: ସୋମବାର ରାଜ୍ୟର ୨୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ କାଳ ବୈଶାଖୀ, କୂଆ ପଥର ମାଡ ସହ ଘଣ୍ଟା ରପ୍ରତି ୩୦ରୁ ୪୦ କିଲୋ ମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂପୁର, କଟକ, କେନ୍ଦ୍ରାପଡା, ପୁରୀ , ଖୋର୍ଦା, ଗଂଜାମ, ଗଜପତି. ମୟୁରଭଂଜ ଓ କେନ୍ଦୁଝରର କିଛି ସ୍ଥାନରେ ଘଡଘଡି ସହ ହାଲୁକା ବର୍ଷା ହୋଇପାରେ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ବୈଦ୍ଧ,କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନଳ, ନବରଙ୍ଗପୁର, ମୟୁରଭଂଜ, ନୂଆପଡା ବଲାଙ୍ଗୀରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେପଟେ ମୟୁରଭଂଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, କଟକ, ପୁରୀ, ଖୋର୍ଦା, ନୟାଗଡ ଗଂଜାମ ଓ ଗଜପତି ଜିଲ୍ଲାରେ ୟେଲୋ ୱାଣ୍ଣିଂ ଜାରି କରା ଯାଇଛି । ଏପରି ପାଗ ଆହୁରି ୩୮ ଘଣ୍ଟା ଲାଗି ରହିବ ବୋଲି ପୂର୍ବ ଅନୁମାନ କରିଛି ପାଣିପାଗ ଆଂଚଳିକ ବିଭାଗ ।