୧୫ ମାସରେ ଭିଜିଲାନ୍ସରେ ୨୭୮ ମାମଲା ରୁଜୁ, ୩୪୯ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ…

୧୫ ମାସରେ ଭିଜିଲାନ୍ସ ରୁଜୁ କରିଛି ୨୭୮ ମାମଲା । ୩୪୯ ସରକାରୀ କର୍ମଚାରୀଙ୍କ ବିରୋଧରେ ହୋଇଛି କାର୍ୟ୍ୟାନୁଷ୍ଠାନ । ସେମାନଙ୍କ ଠାରୁ ଜବତ ହୋଇଛି ୯.୫୫ କୋଟି ନଗତ ଟଙ୍କା ଏବଂ ବ୍ୟାଙ୍କ ରେ ଜମା ଅଛି ୪୪ କୋଟି ୨୨ ଲକ୍ଷ ୯୫ ହଜାର ଟଙ୍କା । ୧୨ କୋଟି ୨୪ ଲକ୍ଷ ୨୦ ହଜାର ଟଙ୍କାର ସୁନା ଅଳଙ୍କାର ସହ ୧୩୨ କୋଟି ୯୦ ଲକ୍ଷ ୯୪ ହଜାର ୨୨୩ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ସେହିଭଳି ୧୫ ମାସରେ ୧୨୪ ଜଣ ଦୁର୍ନୀତିଖୋର ସରକାରୀ କର୍ମଚାରୀ ଙ୍କୁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଛି । ବିଜେପି ବିଧାୟକ ଅମର ନାୟକ ଙ୍କ ପ୍ରଶ୍ନ ରେ ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।