୨୪ ଘଣ୍ଟାରେ କିଛି ଭାଗରେ ଘନ କୁହୁଡିର ଆସ୍ତରଣ
ଆଗାମୀ ୩-୪ ଦିନ ଭାରତର କିଛି ଭାଗରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।
(ଦିଲ୍ଲୀ) : ଆଗାମୀ ୩-୪ ଦିନ ଭାରତର କିଛି ଭାଗରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ଭାରତ ପାଣିପାଗ ବିଭାଗ କହିଛି ଯେ ରବିବାରରୁ ଆରମ୍ଭ ହୋଇ ଗୋଟେ ପରେ ଗୋଟେ ପଶ୍ଚିମ ବିଭାଗରୁ ପଶ୍ଚିମ ହିମାଳୟ ଅଞ୍ଚଳ ପର୍ଯ୍ୟନ୍ତ ପ୍ରଭାବିତ ହେବ । ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨ ଦିନ ସୁଦ୍ଧା ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନର ଅଲଗା ଅଲଗା ଅଞ୍ଚଳରେ ପ୍ରବଳ ଥଣ୍ଡା ପଡିବ । ଯଦିଓ ଆଗାମୀ ୨୪ ଘଣ୍ଟାରେ ପୂର୍ବ ରାଜସ୍ଥାନର ଅଲଗା ଅଲଗା ଅଞ୍ଚଳରେ ଶୀତ ଲହରୀର ସମ୍ଭାବନା ରହିଛି ।
ସୂଚନାନୁଯାୟୀ , ଆଗାମୀ ୩ ଦିନ ଭିତରେ କିଛି ସହରରେ ବେଶିରୁ ଅତି ବେଶି କୁହୁଡି ହେବା ସମ୍ଭାବନା ରହିଛି । ଆଗାମୀ ଦିନ ଦିନ ଭିତରେ ପଶ୍ଚିମୀ ହିମାଳୟ କ୍ଷେତ୍ର, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଦିଲ୍ଲୀ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନର ଅଲଗା ଅଲଗା ଭାଗରେ ରାତିରୁ ସକାଳ ସମୟରେ ଘନ କୁହୁଡିର ଆସ୍ତରଣ ରହିବ । ଆଗାମୀ ୪ ଦିନ ଭିତରେ ପୂର୍ବ ଉତ୍ତର ଏବଂ ୧୮ରୁ ୧୦ ଜାନୁୟାରୀ ସମୟରେ ଓଡିଶା ଏବଂ ଝାଡଖଣ୍ଡରେ ଘନ କୁହୁଡିର ଆସ୍ତରଣ ରହିବ ।