(ରିପୋର୍ଟସ ଟୁଡ଼େ) ବ୍ରହ୍ମପୁର: ବ୍ରହ୍ମପୁରରୁ ମୋହନା ଯାଉଥିବା କାରରୁ ୫ ଲକ୍ଷ ୩୬ ହଜାର ଟଙ୍କା ଜବତ । ଏକ ଇନୋଭା କାର ମୋହନା ଯାଉଥିବା ବେଳେ ଦିଗପହଣ୍ଡି ପୁଞ୍ଜିକୟା ଛକରେ ଫ୍ଲାଇଂ ସ୍କ୍ଵାର୍ଡ ଏହାକୁ ଅଟକାଇ ସେଥିରୁ ୫ ଲକ୍ଷ ୩୬ ହଜାର ଟଙ୍କା ଜବତ କରିଛି । ଏହି ଘଟଣାରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ନିର୍ବାଚନ ବେଳେ ଏତେ ପରିମାଣର ନଗଦ ଅର୍ଥ କାହାର ଓ କାହା ପାଖକୁ ଯାଉଥିଲା ସେକଥା ଜଣାପଡ଼ି ନାହିଁ । ଏହି ହିସାବ ବହିର୍ଭୂତ ଟଙ୍କା ସମ୍ପର୍କରେ ପୋଲିସ୍ ତଦନ୍ତ କରୁଛି ।