ବେଆଇନ ଔଷଧ ଜବତ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ କଳା କାରନାମାର ବ୍ୟବସାୟ ମଧ୍ୟ ନିଜର ଆସ୍ଥାନ ଜମାଇସାରିଲାଣି । ରୋଗୀଙ୍କ ଜୀବନ ବଞ୍ଚାଉଥିବା ଔଷଧକୁ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ବିପୁଳ ପରିମାଣର ବେଆଇନ ଔଷଧ ଜବତ ହୋଇଛି ।

ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ର ଏହି ବେଆଇନ ଔଷଧ କାରବାର ଧରାପଡ଼ିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଔଷଧ ଜବତ ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି କଳା ବେପାରରେ ଔଷଧ ଦୋକାନ ମାଲିକ ରହିଛନ୍ତି । ଏହା ସହ ଅନେକ ନିଶା ଔଷଧ ଓ ଇନଞ୍ଜେକସନ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ସେଠାରୁ ୩୨ପେଟି କଫ ସିରଫ ମଧ୍ୟ ଜବତ ହୋଇଛି । ଏହି କାରବାରରେ ଲିପ୍ତ ଥବା ତିନଜଣ ଔଷଧ ଦୋକାନ ମାଲିକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସମ୍ବଲପୁରର ଓ ଦୁଇଜଣ ସୁନ୍ଦରଗଡ଼ର ବୋଲି ଏସପି ସୂଚନା ଦେଇଛନ୍ତି ।