ଭୁବନେଶ୍ୱର : ଖରାଦିନ କୁ ଆଖି ଆଗରେ ରଖି 70 ଜନ ସଂଖ୍ୟା ଥିବା ଗାଁ ରେ ହେବ ନଳକୂପ | 70 ରୁ ଅଧିକ ଜନ ସଂଖ୍ୟା ଥିଲେ ହେବ ଦୁଇ ଟି ନଳକୂପ | ଏନେଇ ଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଲା ପାନୀୟ ଜଳ ଯୋଗାଣ ବିଭାଗ | ନଳକୂପ ଖୋଳିବା ପାଇଁ ବିଗତ ସରକାର ପ୍ରକ୍ରିୟା ବନ୍ଦ କରିଥିଲେ | ଅନ୍ୟ ଅସୁବିଧା ହେଲେ ଟେଙ୍କର ମାଧ୍ୟମରେ ଦିଆଯିବ ପାଣି | ଖରା ଦିନ ପାଇଁ ପାନୀୟ ଜଳ ବ୍ୟବସ୍ଥା ପାଇଁ ସୋଲାର ମାଧ୍ୟମ ରେ ପାନୀୟ ଜଳ ଦେବେ ସରକାର | ଜଙ୍ଗଲ ଅଞ୍ଚଳ ରେ ସମସ୍ୟା ଥିବାରୁ କେନ୍ଦ୍ର କୁ ପ୍ରସ୍ତାବ ଯାଇଛି | 2025 ମାର୍ଚ୍ଚ ସୁଦ୍ଧା 72 ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସରିବ | 2026 ମାର୍ଚ୍ଚ ରେ ମେଗା ପ୍ରୋଜେକ୍ଟ ସରିବ | 3 ରୁ 4 ଟି ଏଗ୍ରିମେଣ୍ଟ ହୋଇଛି | RWSS ଓ DWSS ଦ୍ୱାରା ରିମୋର୍ଟ ଅଞ୍ଚଳ ରେ ପାନୀୟଜଳ ଯୋଗାଣ ପାଇଁ କଲେକ୍ଟର ଓ ସରପଞ୍ଚ ଙ୍କୁ କ୍ଷମତା | ଗ୍ରୀଭାନ୍ସରେ ପ୍ରସ୍ତାବ ଆସିଲେ ତୁରନ୍ତ ହେବ ସମାଧାନ | ସବୁ ପ୍ରକଳ୍ପ ପାଇଁ ଦିଆଯାଇଛି ପଇସା | ଉପକୂଳ ଅଞ୍ଚଳ ରେ ସାଲାଇନ ପାଣି ଥିବାରୁ 10 ବର୍ଷ ପରେ ମଧୁର ପାଣି ସରିଯାଉଛି ଏଥିପାଇଁ ଅଧିକ ଆଡି ବନ୍ଦ ନିର୍ମାଣ ହେବ | 75 ହଜାର କିମି ରାସ୍ତା ତିଆରି କରିଛି ଆମ ସରକାର | ବିକଶିତ ଗାଁ ବିକଶିତ ଓଡ଼ିଶାରେ ଗାଁ ରାସ୍ତା ବଢିବ | ସମସ୍ତ ରାସ୍ତା କୁ ପିଚୁ ରାସ୍ତା ରେ ସଂଯୋଗ ହେବ |