ଭୁବନେଶ୍ଵର-: ଆଇସିଏଆଇ ପକ୍ଷରୁ ଦୁଇଦିନିଆ ଜାତୀୟ ସିଏ ଛାତ୍ର ସମ୍ମିଳନୀର ଅୟୋଜନ ହୋଇଯାଇଛି। ଭାରତୀୟ ଚାର୍ଟାର୍ଡ ଅକାଉଣ୍ଟାଣ୍ଟ୍ସ ସଂସ୍ଥା (ଆଇସିଏଆଇ) ର ବୋର୍ଡ ଅଫ୍ ସ୍ଟଡିଜ୍ (ଅପରେସନ୍ସ) ଓ ଆଇସିଏଆଇର ପୂର୍ବ ଭାରତ ଅଞ୍ଚଳ ପରିଷଦର ଭୁବନେଶ୍ୱର ଶାଖା ଆୟୋଜିତ ଜାତୀୟ ସିଏ ଛାତ୍ର ସମ୍ମିଳନର ପ୍ରଥମ ଦିନ ରେଲୱେ ଆଡିଟୋରିଅମ୍ଠାରେ ହୋଇଥିଲା। ଏହାର ଶୀର୍ଷକ ଥିଲା “ଆର.ଏ. ଆଇ. ଡି ରିଇମାଜିନ, ଆସେଲେରଟ, ଇନୋଭେଟ, ଡେଲିଭର୍” ବିଷୟଭିତ୍ତିକ । ଏହି ଦୁଇଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସିଏ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ।
ଏହି ଉଦ୍ଘାଟନୀ ସଭାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସ୍ମିତି ଉପାସନା ମହାପାତ୍ର, ବ୍ରହ୍ମଗିରି ବିଧାୟକ; ସିଏ ଦୀପକ କୁମାର କେଡିଆ, ଆଇପିଏସ୍, ଆଇଜି, ଏନଏସଜି ଓ ସିଏ ପ୍ରଶାନ୍ତ ପଣ୍ଡା ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାରେ ସିଏ ସଂଜୀବ ସାଂଘୀ, ଉପସଭାପତି, ବିଓଏସ୍, ସିଏ ମହେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ, ଭୁବନେଶ୍ୱର, ସିଏ ସୌମ୍ୟ ସୁନିଲ ସାହୁ, ଅଧ୍ୟକ୍ଷ, ଇଆଇସିଏଏସ୍ଏ, ଏବଂ ସତ୍ୟପ୍ରକାଶ ସେନା, ଉପାଧ୍ୟକ୍ଷ, ଇଆଇସିଏଏସ୍ଏ ଯୋଗଦେଇଥିଲେ। ପ୍ରଥମ ଦିନର ସେସନ୍ରେ ଫୋରେନସିକ ଅଡିଟ୍, ଏଆଇ ଯୁଗରେ ଅଡିଟ୍, ଏଆଇ ଯୁଗରେ ଅର୍ଥନୈତିକ ରିପୋର୍ଟ, ଆଇଏଫ୍ଆରଏସ୍ ଏବଂ ଇଣ୍ଡସ, ମାନ୍ୟତା ପ୍ରାପ୍ତ ରେଭେନ୍ୟୁ ପରେ ସ୍କିଲ ଅପରେ ସେସନ୍ ରେ ସିଏ ରାଜେନ୍ଦ୍ର ଦାସ ଉପସ୍ଥାପନା କରିଥିଲେ।