ସ୍ୱପ୍ନ ଥିଲା ଆଇଏଏସ ହେବା ପାଇଁ

(ରିପୋର୍ଟରସ ଟୁଡେ, ଭୁବନେଶ୍ୱର): ଆଇଏଏସ୍ ପାଇବା ପାଇଁ ଆଖିରେ ଆଖିଏ ସ୍ୱପ୍ନ । ଦୁଇଥର ଆଇପିଏସ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ବୁଝିିବାକୁ ନାରାଜ୍ ଥିଲା ଅବୁଝା ମନ । ଯେଉଁଥି ପାଇଁ ଚାଲିଥିଲା ଅହରହ ଉଦ୍ୟମ । ଆମେ ଯାହା କଥା କହୁଛୁ ସେ ହେଉଛନ୍ତି ନିଧି ବଂଶଲ । ଯେ କି ଗତକାଲି ୟୁପିଏସସି ପରୀକ୍ଷାରେ ୨୩ତମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ କାହାଣୀ ଟିକେ ଅଲଗା । ସେ ଆଇପିଏସ ଦୁଇ ଦୁଇ ଥର ହାସଲ କରିଛନ୍ତି । ହେଲେ ସ୍ୱପ୍ନ ଥିଲା ତାଙ୍କର କିଛି ଭିନ୍ନ । ନିଧି ଦୁଇଦୁଇଥର ଆଇପିଏସରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଆଇପିଏସ ପାହ୍ୟା ମଧ୍ୟ ମିଳିଥିଲା । କିନ୍ତୁ ତାଙ୍କ ସ୍ୱପ୍ନ ଥିଲା ଯେ ସେ ଆଇଏଏସ ଟିଏ ହେବି । ତେଣୁ କଠିନ ଉଦ୍ୟମ ଜାରି ରଖିଥିଲେ । ଶେଷରେ ତାଙ୍କ ସ୍ୱପ୍ନ ସତରେ ପରିଣତ ହୋଇଛି । ଆଇଏସସ୍ ରେ ସେ ସାରା ଦେଶରେ ୨୩ ତମ ସ୍ଥାନ ହାସଲ କରିଥିବା ବେଳେ ନିଜ ରାଜ୍ୟ ମଧ୍ୟପ୍ରଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଅବଶ୍ୟ ସେ ସ୍ଥାନରେ ପହଞ୍ଚିବା ଏତେ ସହଜ ନଥିଲା । ସେଥିପାଇଁ ସେ ବହୁତ ଉଦ୍ୟମ କରିଛନ୍ତି । ୫ ଥର ପରୀକ୍ଷା ଦେବା ପରେ ଯାଇ ତାଙ୍କୁ ସଫଳତା ମିଳିଛି ।
ନିଧିଙ୍କ କହିବା କ୍ରମେ ସେ ପିଲାଦିନରୁ ଆଇଏଏସ ହେବାକୁ ସ୍ୱପ୍ନ ଦେଖୁଥିଲେ । ଏଥି ପାଇଁ କଡା ପରିଶ୍ରମ କରୁଥିଲେ । ୟା ଭିତରେ ସେ ଦୁଇଥର ଆଇପିଏସରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ତାଙ୍କ ସ୍ୱପ୍ନ ଥିଲା କିଛି ଅଲଗା । ଯେଉଁଥିପାଇଁ ସେ ଚେଷ୍ଟା ଚଳାଇଥିଲେ । ୫ ଥର ଆଇଏଏସ ପାଇଁ ଚେଷ୍ଟା କଲା ପରେ ଏଥର ସଫଳତା ତାଙ୍କ ହାତ ପାହାନ୍ତାକୁ ଆସିଲା । ଏହା ପୁର୍ବରୁ ସେ ଦ୍ୱିତୀୟ ପ୍ରଚେଷ୍ଟାରେ ୨୦୧୬ରେ ଆଇପିଏସ ପାଇଥିଲେ । ଝାଡଖଣ୍ଡରେ ଅତିରିକ୍ତ ଏସପି ଭାବରେ ନିଯୂକ୍ତି ପାଇଥିଲେ । ଏଥି ସହିତ ନିଧି ପୁର୍ନବାର ୨୦୧୭ରେ ଆଇପିଏସ କ୍ୟାଡର ପାହ୍ୟା ନିମନ୍ତେ ବଛାଯାଇଥିଲେ । ଏହା ପରେ ସେ ୨୦୧୮ ରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ କିନ୍ତୁ ସେ ସେଥିରେ ଉତ୍ତୀର୍ଣର୍ ହୋଇନଥିଲେ । ଏହାପରେ ବି ସେ ଆଶା ଛାଡିନଥିଲେ । ତାପରେ ୨୦୧୯ ରେ ୫ମ ଥର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଆଉ ଚଳିତ ଥର ସେ ସର୍ବଭାରତୀୟ ସ୍ତରରେ ୨୩ ତମ ର୍ୟାଙ୍କ ହାସଲ କରିଛନ୍ତି ଓ ତାଙ୍କ ଅନେକ ଦିନର ସ୍ୱପ୍ନ ସାକାର ହୋଇଛି ।