ଭୁବନେଶ୍ୱର : ମନ୍ଦିର ମାଳିନୀ ସହର ଭୁବନେଶ୍ୱର, ଇତିହାସ ପୃଷ୍ଟାରେ ରହଛି ସ୍ୱତନ୍ତ୍ର ସ୍ଥାନ । କିନ୍ତୁ ଆଧୁନିକ ସହରଭାବେ ନୂଆ ପରିଚୟ ପାଇଛି । ସ୍ୱାଧୀନତା ସମୟରେ ଓଡିଶାର ରାଜଧାନୀ ଥିଲା କଟକ ।୧୯୪୬ ସେପ୍ଟେମ୍ବର ୩୦ରେ ବିଧାନସଭାରେ ରାଜଧାନୀକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।୧୯୪୯ ଅଗଷ୍ଟ ୧୯ରେ କଟକରୁ ଭୁନେନଶ୍ୱର ଉଠି ଆସିଲା କ୍ୟାପିଟାଲ । ସେହିବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୩ଦିନ ଧରି ବିଧାନସଭା ଅଧିବେସନ ବସିଥିଲା । ଭୁବନେଶ୍ୱର ଭାରତର ପ୍ରଥମ ଯୋଜନାବଧ ସହର ଭିତରୁ ଗୋଟିଏ । ଭୁବନେଶ୍ୱରକୁ ରାଜଧାନୀ ଭାବେ ତିଆରି କରିବାକୁ ପ୍ରସ୍ତାବକୁ ଜଣେ ଜର୍ମାନୀର ସ୍ଥପତି ଅଟୋ କୋନିସବର୍ଗରଙ୍କୁ ଦିଆଯାଇଥିଲା ଦାୟିତ୍ୱ । ସହରର ବିକାଶ ସହ ଧିରେଧିରେ କଟକରୁ ଅଫିସ ଓ ସଚିବାଳୟ ଭୁବନେଶ୍ୱରକୁ ଉଠିଆସିଥିଲା ।୧୯୬୦ ବେଳକୁ ଆଜିର ଲୋକସଭା ଭବନ ତଥା ସଚିବାଳୟର ନିର୍ମାଣ ସରିଥିଲା ରାଜଧାନୀ ହେବା ସମୟରେ ଭୁବନେଶ୍ୱର ର ଜନସଂଖ୍ୟା ଥିଲା ପ୍ରାୟ ୧୫ହଜାର ।୨୦୧୮ ବେଳକୁ ଜନସଂଖ୍ୟ ପାଖାପାଖି ୧୦ଲକ୍ଷରେ ପହଂଚିଥିଲା ।୧୯୯୪ରୁ ମହାନଗର ନିଗମ ମାନ୍ୟତା ପାଇସାରିଛି । ବର୍ତମାନ ଭୁବନେଶ୍ୱର ଟାୟାର-ଟୁ ସହର । ପୂର୍ବ ଭାରତର ଆଇଟି ଓ ଏଜୁକେସନ ହବ । ଫାସ୍ଟେଜ ଡେଭଲପିଙ୍ଗ ସିଟି ଓ ସ୍ମାଟ ସିଟିର ମାନ୍ୟତା ମିଳିଚି । ଦେଶର ସ୍ପୋର୍ଟ୍ସ କ୍ୟାପିଟାଲ ହୋଇସାରିଛି । ସେହିପରି ରାଜଧାନୀରେ ବିଭିନ୍ନ ପ୍ରକାର ମଲ ଓ ମଲ୍ଟିପ୍ଲେକ୍ସ ଖୋଲିଛି । କ୍ରୀଡା ହେଉକି ଶିକ୍ଷା ଭୁବନେଶ୍ୱର ଦେଶ ବିଦେଶରେ ନାଁ କରିଛି । କଳା ଓ ସଂସ୍କୃତିକୁ ନେଈ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦିନେ ଲିଙ୍ଗରାଜଙ୍କ ପର୍ବପର୍ବାଣିରେ ସିମୀତ ରହୁଥିଲା ରାଜଧାନୀ । ଏବେ କିନ୍ତୁ ଦଶହରା ଓ ରାବଣ ପୋଡି ପରି ଉତ୍ସବ ଲୋକପ୍ରିୟ ହୋଇଛି । ବଦଳୁଛି ସମୟ ବଦଳୁଛି ଭୁବନେଶ୍ୱର ରୂପ ।