ବଜ୍ରପାତରେ ଗଲା ସ୍ୱାମୀର ଜୀବନ ସ୍ତ୍ରୀ ଆହତ

କରଞ୍ଜିଆ /  ବସନ୍ତ କୁମାର ସୋରେନ   : ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତ ମାଣିକ ସାହିରୁ। ସୋମବାର ସକାଳୁ ସକାଳୁ ପ୍ରବଳ ବର୍ଷା ସହ ଘନଘନ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ମହିଳା ଆହତ ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସକାଳ ସମୟରେ ପବନ ବର୍ଷା ସହିତ ବିଜୁଳି ମାରୁଥିଲା।

ବର୍ଷା ହେବା ଦେଖି ସକାଳ ପ୍ରାୟ ୫.୩୦ ମିନିଟ ସମୟରେ ବାଇଧର ଙ୍କ ସ୍ତ୍ରୀ ବୁଧୁନି ଘର ବାହାରେ  ତାର ରେ ଶୁଖାଇଥିବା ଲୁଗା କୁ ଆଣିବାକୁ ଯାଇଥିବା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତ ପରେ ସ୍ତ୍ରୀ ତଳେ ପଡିଯିବା ଦେଖି ବାଇଧର ଘର ଭିତରୁ ତଳେ ପଡ଼ିଥିବା ସ୍ତ୍ରୀ କୁ ଉଠାଇବାକୁ ଯାଇଥିବା ବେଳେ ପୁଣି ଆଉଥରେ ବଜ୍ରପାତ ଘଟିଥିଲା।ଫଳରେ ବାଇଧର ସଜ୍ଞାହୀନ ହୋଈ ତଳେ ପଡ଼ିଯାଇଥିଲେ।ପରେ ପରିବାର ଲୋକେ ଘଟଣାସ୍ଥଳ ରୁ ସଂଜ୍ଞାହୀନ ଅବସ୍ଥାରେ ଥିବା ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।କିନ୍ତୁ ସେଠାରେ ଡାକ୍ତର ବାଇଧର ଙ୍କୁ ମୃତ ଘୋଷଣା କରିଥିଲେ। ସ୍ତ୍ରୀ ବୁଧୁନି ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ମହୁଲଡ଼ିହା ଥାନା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମୃତ ବାଇଧର ଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେଶ ନମ୍ବର ୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।