ନିର୍ବାଚନ ପ୍ରଚାର ମଧ୍ୟରେ ପଦ୍ମ ଛାଡି ଶଙ୍ଖ ଧରିଲେ ଶତାଧିକ ନେତା, କର୍ମକର୍ତ୍ତା

ପୁରୀ: ଗୋଟିଏ ପଟେ ପିପିଲି ଉପନିର୍ବାଚନ ପାଇଁ ସବୁ ଦଳ ପ୍ରଚାରକୁ ଜୋରଦାର କରିଥିବା ବେଳେ ପୁରୀ ଜିଲ୍ଲାର ବହୁ ବିଜେପି କର୍ମକର୍ତ୍ତା ଓ ନେତା ପିପିଲିରେ ବିଜେଡିରେ ସାମିଲ ହୋଇଛନ୍ତି । ପଦ୍ମ ଛାଡି ଶଙ୍ଖ ଧରିଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଈଶ୍ୱର ପ୍ରସାଦ ଦାଶ ମହତାବ , ପୂର୍ବତନ ବ୍ଲକ ମହିଳା ମୋର୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥିନି ମମତା ମଞ୍ଜରୀ ମହାନ୍ତି, ଶଙ୍କର୍ଷଣ ସ୍ୱାଇଁ , ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା । ବୈକୁଣ୍ଠନାଥ ପାତ୍ରଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ୟ୍ୟବେକ୍ଷକ ଚିନ୍ମୟ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।