ବିଧାୟକଙ୍କ ମାନବିକତା:ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ପଠାଇଲେ ମେଡିକାଲ

(ସାଲେପୁର/ ତାରାକାନ୍ତ ନାୟକ): ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ନିଜ ନିର୍ବାଚନ ମଣ୍ଡଳୀ କୁ ଯିବାସମୟରେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତା କଡରେ ଛଟପଟ ହେଉଥିବା ଏକ ବୃଦ୍ଧଙ୍କୁ ନିଜ କାରରେ ମେଡିକାଲ ପଠାଇ ବିଧାୟକ ଶ୍ରୀ ବେହେରା ଏକ ବାଇକରେ କାର୍ୟ୍ୟ ସ୍ଥଳକୁ ଯାଇଥିଲେ। ମାନବିକତାର ପରିଚୟ ଦେଖାଇଛନ୍ତି। ବିଧାୟକ ଶ୍ରୀ ବେହେରା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାରବ୍ଲକ ଗରୁଡ଼ଗାଁ ପଞ୍ଚାୟତ ଗସ୍ତ କରୁଥିବା ବେଳେ ଏହି ଘଟଣାଟି ଘଟିଥିଲା। ବିସିନାକାହାଣୀ ଛକ ନିକଟରେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ଜଣେ ବୃଦ୍ଧଙ୍କୁକିଛି ଲୋକ ଘେରି ରହିଥିବା ଶ୍ରୀ ବେହେରା ଦେଖିବାକୁ ପାଇଲେ।୧୦୮ ଆମ୍ବୁଲାନ୍ସ ଆସିବାକୁ ବହୁତ ଡେରି କରିଥିଲା। ଲୋକ ମାନେ ବ୍ୟସ୍ତ ହେଉଥିଲେ।ଆହତ ବୃଦ୍ଧଙ୍କର ଗୋଡ ଭାଙ୍ଗି ଯାଇଥିଲା।ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।ଏହା ଦେଖି ବିଧାୟକ ପ୍ରଶାନ୍ତକୁମାରବେହେରା ନିଜ କାରରୁ ଓଲ୍ଲାହି ବୃଦ୍ଧଙ୍କୁ ଜଣେ ସମର୍ଧକ ସହ ନିଜ କାରରେ ମେଡିକାଲ ପଠାଇଥିଲେ।ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ । ନିଜେ ଏକ ବାଇକରେ ନିଜ କାର୍ୟ୍ୟକ୍ରମ ସ୍ଥଳରେ ପହଞ୍ଚି ଥିଲେ।ଆହତ ବୃଦ୍ଧ ଙ୍କ ବୟସ(୬୭)ଘର ହେଉଛି ସ୍ଥାନୀୟ ସପନପୁର ଗ୍ରାମର ଧୀର ଜଟା। ବୋଲି ଜଣାପଡିଛି।ସେ ସାଇକଲ ରେ ଘରକୁ ଫେରିବା ବାଟରେ ଏକ ମଟର ସାଇକଲ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।ବିଧାୟକ ଶ୍ରୀ ବେହେରା ଙ୍କ ଏ କାର୍ୟ୍ୟକୁ ସ୍ଥାନୀୟ ଜନସାଧାରଣ ଏବଂ ନିର୍ବାଚନ ମଣ୍ଡଳୀ ର ସବୁଆଡେ ଭୁୟସୀ ପ୍ରସଂସା କରାଯାଇଛି।