ଚର୍ଚ୍ଚିତ ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ

ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଏକ ଦୁଖଃଦ ଖବର । ଓଲିଉଡ୍‌ର ଚର୍ଚ୍ଚିତ ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି ।

(କଟକ) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଏକ ଦୁଖଃଦ ଖବର । ଓଲିଉଡ୍‌ର ଚର୍ଚ୍ଚିତ ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ହ୍ୟୁମାନ୍‌ଙ୍କ ବାପା ରବିଚନ୍ଦ୍ର ସାଗରଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି ।ତାଙ୍କ ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବଂ ଅହୁରି ଅନେକ କଳାକାରମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ , ସେ ୧୫ ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ଗୁରୁବାର ସକାଳେ ତାଙ୍କର ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ରବିିଚନ୍ଦ୍ର ଜଣେ ଆଦର୍ଶ ଶିକ୍ଷକ ଭାବେ ପିଲାଙ୍କ ନିକଟରେ ବେଶ୍‌ ପରିଚିତ ଥିଲେ । ଏହା ବ୍ୟତୀତ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ବେଶ୍‌ ସକ୍ରିୟ ଥିଲେ ।