ରାଜଧାନୀରେ ଭୁସୁଡିଲା ବିରାଟ କୋଠା, ଅଗ୍ନିଶମ ବାହୀନିର ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । କିଛି ନା କିଛି ଅଘଟଣରେ ସହ ସହ ଲୋକଙ୍କ ଜୀବନ ଯାଉଛି । କିଛିଦିିନ ପୂର୍ବରୁ ଏକ ବିଶାଳ ଅଘଟଣ ଘଟିଥିଲା ତୁର୍କୀରେ । ହଜାର ହଜାର ଲୋକଙ୍କର ଜୀବନ ଗଲା । ପୋକ ମାଛି ପରିକା ସବୁ ପୋଛି ହୋଇଗଲା । ଠିକ୍ ସେହିପରି ପୁଣି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ଘଟିଛି । ବିଜୟ ପାର୍କ ଅଞ୍ଚଳରେ ଚାହୁଁ ଚାହୁଁ କିଛି ସେକେଣ୍ଡରେ ଏକ ବିରାଟ କୋଠାଘର ଭୁଶୁଡି ପଡିଛି । ଏହି ସମୟରେ ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ ଚିତ୍କାର କରିଥିଲେ । ଘଟଣାର ସୂଚନା ପାଇଁ ଅଗ୍ନିଶମ ବାହିନୀର ଯବାନମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ହେଲେ ବର୍ତ୍ତମ।।ନ ସୁଦ୍ଧା କେତେ ଜଣଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡି ନାହିଁ । ପୂର୍ବରୁ ଦିଲ୍ଲୀରେ ନିଆଁ ଲାଗି ଏକ ଚାରିମହଲା ଘର ଭୁଶୁଡି ପଡିଥିଲେ । ହେଲେ ଏଥିରେ ସୌଭାଗ୍ୟବଶତଃ କେହି ନଥିଲେ ।