ନମୋଃ ଗଣେଶ ବିଘ୍ନେଶ
ଗିରିଜା ନନ୍ଦନ ପ୍ରଭୁ ମମ ବିଘ୍ନ ନିୟାନ୍ତ୍ରାଷୁ
ଶ୍ରୀ ଗଣାଧି ପତୟ ନମୋ ନମୋଃ
ଭାଦ୍ରବ ମାସ ଶୁକ୍ଳପକ୍ଷକୁ ଗଣେଶ ଚତୁର୍ଥିରୂପେ ପାଳନ କରାଯାଏ ।ଭଗବାନ ଗଣେଶଙ୍କୁ ସୁଖ ହର୍ତା ଓ ଦୁଖ ହର୍ତାର ଦେବତା ଭାବରେ ପୂଜାର୍ଚ୍ଛନା କରାଯାଏ ।ଏବଂ ପୂଜା ପାଠ ସମୟରେ ସର୍ବପ୍ରଥମେ ତାଙ୍କୁହିଁ ସ୍ମରଣ କରାଯାଇଥାଏ ।ବିଶ୍ୱାସ କରାଯାଏ ଯେ ଯିଏ ଭଗବାନ ଗଣେଶଙ୍କର ଆସ୍ରିବାଦ ପ୍ରାପ୍ତ କରନ୍ତି ସେ ତାଙ୍କର ସମସ୍ତ କାର୍ଯ୍ୟ କରିଥାନ୍ତି ।ଜୀବନରେ ଆସୁତିବା ସମସ୍ତ ପ୍ରକାରାର ବାଧାବିଘ୍ନ ଦୂରହୋଇ ଯାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଗଣେଷ ଜନ୍ମର କାହାଣୀ ବିଷୟରେ ।
ଥରେ ଦେବୀ ପାର୍ବତି ନିଜ ଭବନରେ ସ୍ନାନ କରୁଥାନ୍ତି ।ସେଦିନ ନନ୍ଦିକୁ ଦ୍ୱାରପାଳର ଦାୟିତ୍ୱ ଦେଇଥାନ୍ତି ।ନନ୍ଦିଙ୍କୁ ଦେବୀ ପାର୍ବତିଙ୍କର ଆଦେଶ ଥାଏ ଯେପରି ଭାବରେ କେହି ବି ଭିତରକୁ ପ୍ରବେଶ ନକରିପାରେ ।ସେହି ସମୟରେ ସେଠାରେ ଭୋଳାନଥ ସିବ ଶଙ୍କର ସେଠାରେ ପହଂଚି ନନ୍ଦିଙ୍କୁ ଭିତରକୁ ଛାଡିଦେବାକୁ କହିଲେ ।ବିଚରା ନନ୍ଦି କଣ କରିବେ କିଛି ଭାବି ପାରିଲେ ନାହିଁ ସେପଟେ ମାତା ପାର୍ବତିଙ୍କର ଆଦେଶ ଆଉ ଏପଟେ ପ୍ରଭ ୁଭୋଳା ଶଙ୍କର । କାହାରିକୁ ବି ଭିତରକୁ ନଛାଡିବାକୁ ପାର୍ବତି ମାଙ୍କର ଆଦେଶ ଥିବା କଥା ପ୍ରଭୁ ଭୋଳାନାଥ କିପରି ବା ମାନନ୍ତେ । ସେ ହେଉଛନ୍ତି ପାର୍ବତି ମାଙ୍କର ସ୍ୱାମୀ ଏକଥା ନନ୍ଦିକୁ ବୁଝାଇ ଭୋଳା ଶଙ୍କର ଭିତରକୁ ଚାଲିଗଲେ । ବିନା କୈାଣସି ସୂଚନାରେ ଭିତରକୁ ପ୍ରବେଶ କରିଥିବାରୁ ପାର୍ବତି ସେଦିନ ପ୍ରବୁ ଭୋଳାଶଙ୍କରଙ୍କ ଉପରେ ଭୀଷଣ ରାଗିଗଲେ ।ଏହାପରେ ଦେବୀ ପାର୍ବତି ସ୍ୱୟଂ ନିଜର ଏକ ପୁତ୍ର ସୃଷ୍ଟି କରିବାକୁ ଭାବିଲେ । ଯିଏକି ତାଙ୍କ ଭବନରେ ଦ୍ୱାରପାଳର ଦାୟିତ୍ୱ ନେବ । ଏହାପରେ ଦେବୀ ପାର୍ବତି ସେଦିନ ନିଜ ଶରିରର କିଛି ମଳିରେ ଗୋଟିଏ ସୁନ୍ଦର ବାଳକ ଗଢି ତାକୁ ଜୀବନ ଦାନ ଦେଲେ । ଏହା ପରେ ଦେବୀ ପାର୍ବତି ସେହି ବାଳକକୁ ମୁଖ୍ୟ ଦ୍ୱାରର ଦ୍ୱାରପାଳ ଭାବେ ଦାୟିତ୍ୱ ଦେଲେ ଆଉ କାହାକୁ ଭିତରକୁ ନଆସିବାକୁ ଆଦେଶ ଦେଲେ । ଦିନେ ପ୍ରଭୁ ମହାଶଙ୍କର ଦେବୀ ପାର୍ବତିଙ୍କ ପାଖକୁ ଆସି ମୁଖ୍ୟ ଦ୍ୱାର ପାଖରେ ପହଂଚିଲେ । ମୁଖ୍ୟ ଦ୍ୱାରରେ ଉକ୍ତ ବାଲକକୁ ତାଙ୍କୁ ଭିତରକୁ ରାସ୍ତା ଛାଡିଦେବାକୁ କହିଲେ ।
ନିର୍ଭିକ ଭାବରେ କୈାଣସି ବି ପରିସ୍ଥିତିରେ ମହାଦେବଙ୍କୁ ଭିତରକୁ ଛାଡିଦେବାକୁ ଉକ୍ତ ବଙ୍କଳ ଜଣକ ରୋକଠୋକ ମନା କରିଦେଲେ । କୈାଣସି ବି ପରିସ୍ତିତିରେ ସେଦିନ ଉକ୍ତ ବାଳକ ଜଣକ ମହାଦେବ ଶିବ ଶଙ୍କରଙ୍କୁ ଭିତରକୁ ଛାଡିଲେ ନାହିଁ ଶେଷରେ ପ୍ରଭୁ ଭୋଳାନାଥଙ୍କ କ୍ରୋଧ ନିଜ ଆୟତରେ ନଥିଲା । ଭିତରକୁ ଯିବା ପାଇଂ ବାଳକ ସହିତ ସେଠାରେ ପ୍ରଭୁ ଭୋଳା ଶଙ୍କର ଯୁଦ୍ଧ କରିବାକୁ ଲାଗିଲେ । ଯୁଦ୍ଧରେ ସେଦିନ ଭୋଳାଶଙ୍କର ନିଜର ତ୍ରିଶୁଳ ପ୍ରୟୋଗ କରି ଉକ୍ତ ବାଳକଙ୍କର ମୁଣ୍ଡ କାଟକଲେ । ଏହି ସମ୍ବାଦ ମାତା ପାର୍ବତିଙ୍କ ପାଖରେ ପହଂଚିବା ମାତ୍ରେ ସେ ସେଠଅରେ ଆସି ପହଂଚି ନିଜ ଆଖି ସାମ୍ନାରେ ନିଜ ପୁତ୍ରଙ୍କର ଏ ଅବସ୍ଥା ଦେଖି କ୍ରନ୍ଦନ କରିବାକୁ ଲାଗିଲେ । ମାତା ପାର୍ବତିଙ୍କୁ ଏପରି ଭାବରେ କ୍ରନ୍ଦନ କରିବାର କାରଣ ପଚାରନ୍ତି ପାର୍ବତି ମାତା ଭୋଳା ଶଙ୍କରଙ୍କୁ ସମସ୍ତ କଥା ଅବଗତ କରାଇଲେ । ଏଥର ପ୍ରଭୁ ଭୋଳାଶଙ୍କର ମାତା ପାର୍ବତିଙ୍କୁ ବୁଝାଇ ବଙ୍କଳ ଜଣକୁ ପୁଣିତରେ ଜୀବନ ଦାନ ଦେବାକଥା କହିଲେ ।
ପୁନଶ୍ଚ ପ୍ରାଣଦାନ ପାଇଁ ଏକ ମସ୍ତକର ଆବଶ୍ୟକ ଥିଲା । ଏଥର ଶିବ ନିଜ ଶେବକ ମାନଙ୍କୁ ଆଦେଶ ଦେଲେ ଯେଉଁ ବାଳକ ଉତ୍ତର ଦିଗକୁ ମୁଣ୍ଡ କରି ଶୟନ କରିଥିବ ଏବଂ ତା ମା ତାପଟକୁ ପିଠିକରି ଶୋଇଥିବ ତାର ମସ୍ତକ କାଟିଆଣ ଦେବାପାଇଁ । ପ୍ରଭୁଙ୍କ ଆଦେଶ ପାଇ ସେବକ ମାନେ ଚାରିଆଡେ ଖୋଜିବାକୁ ଲାଗିଲେ କିନ୍ତୁ ସେପରି ବାଳକର କୈାଣସି ବି ସନ୍ଧାନ ପାଇଲେ ନାହିଁ । ଶେଷରେ ସେମାନେ ଦେଖିବାକୁ ପାଇଂଲେ ଏକହାତୀର ଶିଶୁ ଉତ୍ତର ଦିଗକୁ ମୁଣ୍ଡକରି ଶୋଇଛି ଏବଂ ତାର ମା ତା ପଟକୁ ପିଠିକରି ଶୋଇଛି । ଏହାପରେ ସେବକ ମାନେ ଉକ୍ତ ହାତୀ ଛୁଆର ମୁଣ୍ଡକୁ କାଟିଆଣି ମହାଦେବଙ୍କ ନିକଟରେ ପହଂଚିଲେ । ବିଳମ୍ବ ନକରି ଶିବ ଶଙ୍କର ଉକ୍ତ ହାତିଟିର ମସ୍ତକକୁ ବାଳକଙ୍କ ଶରିରରେ ଜୀବନ ଦାନ ଦେଲେ । ବାଳକ ଜଣକ ପୁଣିଥରେ ଜିବନ ଦାନ ପାଇଗଲେ । ମହାଦେବ ଶିବ ଶଙ୍କର ଏହାପରେ ବାଳକ ଜଣକୁ ଆଶ୍ରିବାଦ ଦେଇ ନାମ ଗଣେଶ ଦେଲେ । ସବୁ ଶୁଭ କାର୍ଯ୍ୟରେ ଗଣେଷ ପ୍ରଥମେ ପୂଜା ପାଇବେ ବୋଲି ମହାଦେବ ଶିବ ଶଙ୍କର କହିଲେ । ନିଜ ପୁତ୍ରକୁ ପୁଣିପାଖରେ ଫେରିପାଇ ମାତା ପାର୍ବତି ବହୁତ ଖୁସି ହେଲେ ।


