ଦିଲ୍ଲୀ (ଚିନ୍ମୟୀ ସ୍ୱାଇଁ ):-ସରକାର ହଟାଇଲେ ଫେୟାର କ୍ୟାପ୍ । ଏହା ଦ୍ୱାରା ବିମାନ ଭଡା ବି କମିଛି । ବିମାନ ଭଡାକୁ ନେଇ ସରକାର ଲଗାଇଥିଲେ ବାଧ୍ୟତା ମୂଳକ ଫେୟାର କ୍ୟାପ୍ । ଯାହାକୁ ହଟାଇ ଦେଇଛନ୍ତି ସରକାର । ଏହି ଫେୟାର କ୍ୟାପ୍ ହଟିବା ପରେ ବିମାନ କମ୍ପାନୀ ମାନେ ସେମାନଙ୍କ ଭଡା କମାଇଦେଇଛନ୍ତି । ଗତମାସରେ ବିମାନ ଭଡା ଥିଲା ଆକାଶ ଛୁଆଁ । ଏବେ କିନ୍ତୁ ସର୍ବନିମ୍ନ ସ୍ତରକୁ କମିଛି । ଏହି ବିମାନ ଭଡା ବୃଦ୍ଧି ପାଇଁ ଯାତ୍ରୀଙ୍କୁ ଅସୁବିଧା ହେଉଥିଲା । ହେଲେ ଏବେ ଯାତ୍ରୀଙ୍କୁ ମିଳିଛି ଆଶ୍ୱସ୍ତି । ତେବେ ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ସପ୍ତାହରେ ସପ୍ତାହରେ ସରକାର ବାଧ୍ୟତା ମୂଳକ ଫେୟାର କ୍ୟାପ ହଟାଇ ଦେଇଥିଲେ ।
ଧାର୍ୟ୍ୟ ହୋଇଥିବା ଭଡାର ସୀମା ଠାରୁ କମ୍ କିମ୍ବା ଅଧିକ ଦରରେ ଏୟାରଲାଇନ କମ୍ପାନୀମାନେ ଯାତ୍ରୀମାନଙ୍କୁ ଟିକେଟ ବିକ୍ରି କରିପାରିବେ ନାହିଁ । ଏହା ପୂର୍ବରୁ ବାଧ୍ୟତାମୂଳକ ଥିଲା । ହେଲେ ସରକାର ଏହି କଟକଣା ହଟାଇ ଦେବା ପରେ ଏବେ କମ୍ପାନୀମାନେ ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଅକାଶା ଏୟାର, ଇଣ୍ଡିଗୋ, ଏୟାର ଏସିଆ, ଗୋ ଫାଷ୍ଟ ଓ ବିସ୍ତରା ଭଳି କମ୍ପାନୀମାନେ ଟିକେଟ ଦାମ କମ୍ କରିଛନ୍ତି ।ସେପଟେ ଗୋଟିଏ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଅକାଶା ଏୟାର ସବୁଠାରୁ ଆଗରେ ରହିଛି ଗତମାସ ମୁମ୍ବାଇରୁ ବେଙ୍ଗାଲୋର ପାଇଁ ଟିକେଟର ଦାମ ୩୯୪୮ ଟଙ୍କା ଥିବା ବେଳେ ଏହାକୁ ଏବେ ୨ ହଜାର ଟଙ୍କା କରିଛି । ସେହିଭଳି ମୁମ୍ବାଇରୁ ଅହମ୍ମଦାବାଦ ପାଇଁ ଟିକେଟର ଦାମ ଗତମାସ ୫୦୦୮ ଟଙ୍କା ରଖିଥିବା ବେଳେ ଏବେ ଏହି ଟିକେଟ ଉପରେ ୧୪୦୦ ଟଙ୍କା କମ କରିଛି ।