ଆଲାମଚଣ୍ଡୀ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କବାଡିଆ ଦୋକାନ

ପୁରୀ: ପୁରୀ କୁମ୍ଭାରପଡା ଥାନା ଆଲାମଚଣ୍ଡୀ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କବାଡିଆ ଦୋକାନ । ଦୀର୍ଘ ଏକ ଘଣ୍ଟାର ଉଦ୍ୟମ ପରେ ନିଆଁକୁଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରୁ ମାତ୍ର ୧୦୦ ମିଟର ଦୂରରେ ଏକ ଘରୋଇ ହସ୍ପିଟାଲ ସହିତ ମନ୍ଦିର ଓ ଅନେକ ଦୋକାନ ରହିଛି । ତେବେ ମେଡିକାଲ ଓ ଦୋକାନ ଗୁଡିକର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଅଗ୍ନିକାଣ୍ଡରେ କବାଡି ଖାନା ଦୋକାନର ପ୍ରାୟ ୭୦ ହଜାର ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ଘଟଣାସ୍ଥଳରେ ତଦନ୍ତ କରୁଛି ଅଗ୍ନିଶମ କର୍ମଚାରୀ ।