(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ହୋଲିର ଛିଟା ବିନା ଜୀବନ ରଙ୍ଗ ଫିକା । ଚଳଚ୍ଚିତ୍ର ଜଗତ ମଧ୍ୟ ହୋଲିର ମାହୋଲ ଠାରୁ ନିଜକୁ ଦୂରେଇ ରଖିପାରି ନାହିଁ । ଉଲିଓଡ଼ ଠାରୁ ଆରମ୍ଭ କରି ବଲିଉଡ଼ ପର୍ଯ୍ୟନ୍ତ ହୋଲିକୁ ନେଇ ଅନେକ ସଂଗୀତ ରଚନା କରାଯାଇଛି । ଯାହାକି ସଂଗୀତ ପ୍ରେମୀଙ୍କ ମନକୁ ଖୁବ୍ ଛୁଇଛି । ସେହିପରି ରାଜନେତା ମାନେ ନିଜକୁ ହୋଲିର ରଙ୍ଗ ଠାରୁ ଦୂରେଇ ରଖିପାରି ନାହିଁନ୍ତି । ଏବେ ରାଜନୀତିର ହୋଲି ମଧ୍ୟ ଖୁବ ଜୋର ଧରିଛି । ମାର୍କେଟରେ ରଙ୍ଗର ପସରା ଖୋଲିବା ସହିତ ବିଭିନ୍ନ ପ୍ରକାର ପିଚକାରୀ ଏବଂ ମାସ୍କ ଦେଖିବାକୁ ମିଳୁଛି । ତେବେ ହୋଲିରେ ରାଜନୀତିର ଛୁଙ୍କ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ରାଜନେତାଙ୍କ ଚେହେରାର ମାସ୍କ ବଜାରରେ ବିକ୍ରି କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଗାନ୍ଧୀ, ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଚେହେରାର ମାସ୍କ ବଜାରରେ ଦେଖିବାକୁ ମିଳିଛି ।