ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ଗୋଟିଏ ଗେଟ୍

(ରିପୋର୍ଟରସ ଟୁଡେ, ଭୁବନେଶ୍ୱର): ଲଘୁଚାପ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିଚାଲିଛି । ତେବେ ଜଳସ୍ତର ବୃଦ୍ଧି କାରଣରୁ ଜଳଭଣ୍ଡାରରେ ଆଉ ଗୋଟିଏ ଗେଟ୍ ଖୋଲାଯାଇଛି । ୟାକୂ ମିଶାଇ ବର୍ତ୍ତମାନ ପାଇଁ ଜଳଭଣ୍ଡାରରୁ ୮ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସୁଚନା ଅନୁସାରେ ବର୍ତ୍ତମାନ ଡ୍ୟାମରେ ୬୦୧.୩୧ ଫୁଟ୍ ଜଳ ରହିଛି ।

ସୁଚନା ଥାଉ କି ଡ୍ୟାମ ମଧ୍ୟକୁ ୧ ଲକ୍ଷ ୪୮ ହଜାର୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୨୦ ହଜାର ୭୯୫ ଜଳ ନିଷ୍କାସିତ ହେଉଛି ।