ହିଞ୍ଜିଳିକାଟୁ ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକ ପ୍ରଭାତ

0

ହିଞ୍ଜିଳିକାଟୁ : କିଛି ଦିନ ତଳେ ବିଜେଡି ସାଂଗଠାନିକ ପଦପଦବୀରେ  ପରିବର୍ତ୍ତନ କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ଏହି କ୍ରମରେ ହିଞ୍ଜିଳି ପୌରପରିଷଦର ଆଗଧାଡ଼ିର ଯୁବ ନେତା ତଥା ଯୁବ ସମାଜସେବୀ ପ୍ରଭାତ କୁମାର ମହାରଣାଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ପଦୋନ୍ନତି ମିଳିଥିଲା।ପୂର୍ବରୁ ପ୍ରଭାତ ହିଞ୍ଜିଳି ପୌରପରିଷଦର ବିଜୁ ଛାତ୍ର ଜନତା ଦଳର ଗଣମାଧ୍ୟମ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ପ୍ରଭାତଙ୍କୁ ଏହିଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ପରେ ଆଜି ହିଞ୍ଜିଳି ଅଞ୍ଚଳର କିଛି ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ଦ୍ଵାରା ପ୍ରଭାତଙ୍କୁ ସମ୍ବର୍ଦ୍ଧନା କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ପ୍ରିୟମ୍ବଦ ପଟ୍ଟନାୟକ,ଯୁବ ସମାଜସେବୀ ଆଲୋକ କୁମାର ନାୟକ,ସରୋଜ କୁମାର ପାତ୍ର, ନୀଳାଞ୍ଚଳ ମୁନି,ଅଭିଷେକ,ସଞ୍ଜୟ,ବଳରାମ,ରାଜେଶ ତଥା ଯୁବ କବି କାହ୍ନୁ ଚରଣ ଗୌଡ ଆଦି ଉପସ୍ଥିତି ଥିଲେ।ଆଗାମୀ ଦିନରେ ବୁଦ୍ଧିଜୀବୀ ଙ୍କ ଆଶୀର୍ବାଦ କୁ ପାଥେୟ କରି ହିଞ୍ଜିଳି ତଥା ଗଞ୍ଜାମ ଜିଲ୍ଲାର ଯୁବପିଢୀ ଙ୍କ ନିମିତ୍ତ ନିଜର ଦାୟିତ୍ଵ ଉଚିତ୍ ରୂପେ ସମ୍ପାଦନା କରିବେ ବୋଲି ପ୍ରଭାତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।