ହିଞ୍ଜିଳିରେ ବିରଳ ବ୍ରହ୍ମକମଳ ଫୁଲ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମାଣିକ ନଗରର ଗିରିଧାରୀ ଖଡଙ୍ଗାଙ୍କ ବଗିଚାରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଛି। ପୂରାଣ ଅନୁଯାୟୀ, ଏହି ବିରଳ ବ୍ରହ୍ମ କମଳ ଫୁଲ ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ପ୍ରତୀକ। ବ୍ରହ୍ମ କମଳ ଫୁଲର ଦର୍ଶନ ମାତ୍ରକେ ମଣିଷର ସମସ୍ତ ମନୋକମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ଧାରଣା ରହି ଆସିଛି। ତେଣୁ ଏହି ଫୁଲର ସ୍ୱତନ୍ତ୍ର ମହିମା ଓ ବିଶେଷତ୍ୱ ରହିଛି। ତେବେ ଏହି ଫୁଲ ଗଛର ପତ୍ରରେ ହିଁ ଫୁଟିଥାଏ ଏବଂ ରାତିରେ ଫୁଟି ସକାଳକୁ ଝାଉଁଳି ଯାଏ। ଗିରିଧାରୀ ଏହାକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିଥିବା କହିଛନ୍ତି।