ହିଞ୍ଜିଳି ରେ ଜାତୀୟ ପତାକାକୁ ଅସମ୍ମାନ

(ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର ) : ଆମ ଭାରତୀୟଙ୍କ ଜାତୀୟ ପତାକା ତ୍ରିରଙ୍ଗା ।ଏହାର ଆସନ ସଦା ସର୍ବଦା ଉଚ୍ଚ ଏହାକୁ ଯିଏ ମଧ୍ୟ ଅସମ୍ମାନ କଲେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଜାତୀୟ ପତାକାକୁ ହିଞ୍ଜିଳି ପୌରପରିଷଦ ଅଫିସର ଅଶୋକ କୁମାର ପଣ୍ଡା ଓ ସରକାରି କର୍ମଚାରୀ କେତେ ଅସମ୍ମାନ କରିଛନ୍ତି ତାହା ନକହିବା ଭଲ। ହିଞ୍ଜିଳିର ପୌରପରିଷଦ ପରିସର ରେ ଏଭଳି ଏକ ଘଟଣା କୁ ନେଇ ହିଞ୍ଜିଳି ଅଞ୍ଚଳରେ ବୃଦ୍ଧିଜୀବି ମହଲ ରେ ଚର୍ଚ୍ଚା ଚାଲିଛି। ସ୍ଵାଧୀନତା ଦିବସ ଅବସର ରେ ପୌରପରିଷଦ କର୍ମଚାରୀ,ନେତା, ସ୍କୁଲ୍ ପିଲା ମାନଙ୍କୁ ନେଇ ଚଳଚଞ୍ଚଳ ଥିବା ବେଳେ ଖୋଦ୍ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ପତାକା ଉତ୍ତୋଳନ କରିବା ନିମନ୍ତେ ଆସିଥିଲେ ସତ ।ସବୁ ସୁରୁଖୁର ଚାଲିଥିଲା ଅଵଶେଷ ହୋଇଥିଲା କିନ୍ତୁ ପୌରପରିଷଦର ବହୁତ ବଡ଼ ତ୍ରୁଟି ସାମ୍ନା କୁ ଆସିଥିଲା ଆମର ପ୍ଲାଷ୍ଟିକ ଜାତୀୟ ପତାକା ଗୁଡିକ ଆବର୍ଜନା ଭଳି ତଳେ ପଡ଼ିଥିବା ଦୃଶ୍ୟ ସାମନା କୁ ଆସିଥିଲା ଏହି ଦୃଶ୍ୟକୁ ଦେଖି ବୃଦ୍ଧିଜିବୀ ମାନେ ଦୁଃଖ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଗତ କାଲି ପୌରପରିଷଦ ପରିସରରୁ “ମୋ ହିଞ୍ଜିଳି” କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ ହିଞ୍ଜିଳି ସହରକୁ ସ୍ୱଚ୍ଛ କରିବା ତାଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ସତ କିନ୍ତୁ ବିଡମ୍ବନା ବିଷୟ ଯେ ପୌରପରିଷଦ ରେ ସଫେଇ ଯେଦି ଏପରି ଅନ୍ୟ ସ୍ଥାନର କଥା ନକହିବା ଭଲ। ଗୋଟିଏ ପଟେ ଜାତୀୟ ପତାକାକୁ ଅସମ୍ମାନ କରି ପୌରପରିଷଦ ପରିସର ରେ ବହୁ ଜାତୀୟ ପତାକା ଚିରି ତଳେ ପଡ଼ି ଥିଲେ ମଧ୍ୟ କତୃପକ୍ଷଙ୍କ ତିଳେମାତ୍ର ଦୃଷ୍ଟି ନପଡିବା ସମସ୍ତଙ୍କୁ ଚକିତ କରିଛି। ଏଭଳି ଜାତୀୟ ପତାକାକୁ ଅସମ୍ମାନ ନକରି ଏପରି ସମ୍ବେଦୀନଶୀଳ ଘଟଣାକୁ ଉଚ୍ଚ ପଦ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ ରହିଚି ବୋଲି ବୃଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି