ହିନ୍ଦୋଳ : ନୂତନ ବର୍ଷ ପାଇଁ ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଚାଳିଛି ଭୋଜି ଭାତର ମାହୋଲ ସାଙ୍ଗକୁ ପିକନିକର ମଜା। ପରିବାର ବର୍ଗଙ୍କ ସହିତ ହେଉ ଅବା ସାଙ୍ଗସାଥୀ ମାନଙ୍କ ସହିତ ଭୋଜିଭାତ କରିବାକୁ ସବୁଠି ଗହଳି ଲାଗିଥିବା ବେଳେ ସନ୍ଧ୍ୟା ହେଲେ କିଛି ଅମାନୁଷିକ ଯୁବକ ମଦ୍ୟପାନ କରି ଦୃତ ଗତିରେ ଗାଡି ଚାଳନା କରିବା ଦେଖିବାକୁ ମିଳିଛି। ତେବେ ହିନ୍ଦୋଳ ପୋଲିସ୍ ପକ୍ଷରୁ ମଦୁଆ ମାନଙ୍କ ପାଇଁ ବିଭିନ୍ନ ଛକରେ ଚେକିଂ ବ୍ୟବସ୍ଥା କଡାକଡି କରାଯାଇଛି। ହିନ୍ଦୋଳ ଥାନା ଅଧିକାରୀଣି ଚାରୁଲତା ବେହେରାଙ୍କ ନେତୃତ୍ୱରେ ଥାନା କର୍ମଚାରୀ ମାନଙ୍କ ସହିତ ସନ୍ଧ୍ୟା ସମୟରେ ହିନ୍ଦୋଳ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଥିବା ବେଳେ ମଦୁଆ ମାନଙ୍କ ପାଇଁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀଣୀ ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି। ତେବେ ହିନ୍ଦୋଳ ପୋଲିସ କର୍ମଚାରୀଙ୍କ ଏଭଳି ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି ହିନ୍ଦୋଳବାସୀ। ଏବଂ ଏଭଳି ହେଲେ ଆଗାମୀ ଦିନରେ ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରିବେ ବୋଲି ମତ ପ୍ରକାଶ କରିଛନ୍ତି।