ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ କଡା କାର୍ଯ୍ୟାନୁଷ୍ଠାନ। 63 କଲେଜ ଅଧ୍ୟକ୍ଷ ଙ୍କ ଦରମା ବନ୍ଦ। ମହଙ୍ଗା ପଡ଼ିଲା ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା। ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର 63 ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ account କୁ capa ପୋର୍ଟାଲ ରେ update କରିନାହାନ୍ତି। 2024-25 ବର୍ଷ ପାଇଁ କଲେଜ account update କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁ କଲେଜ ଅଧକ୍ଷ ମାନି ନାହାଁନ୍ତି। ଯେଉଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି। ଯାଜପୁର ଜିଲ୍ଲା ର ସର୍ବାଧିକ 11 ଟି କଲେଜ ଅଧ୍ୟକ୍ଷ ଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।