ପୋଲିସ ଛାଉଣୀରେ ରାଜଧାନୀ

(ସରୋଜ/ଆଦର୍ଶ)ଭୁବନେଶ୍ୱର:ରାତି ପାହିଲେ ୭୩ ତମ ସ୍ୱାଧୀନତା ଦିବସ । ଏହାକୁ ନେଇ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି । ଜାମ୍ମୁକାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏୟାରପୋର୍ଟ ଠାରୁ ଆରମ୍ଭ କରି ବସଷ୍ଟାଣ୍ଟ ଓ ରେଳଷ୍ଟେସନରେ ଜୋରଦାର ଯାଞ୍ଚଚାଲିଛି । ଏହି ଅବସରରେ ଗତକାଲି ବିଳମ୍ବିତ ରାତିରେ ଆମର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ବିଭିନ୍ନ ଥାନା ବୁଲିବା ସହ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କିପରି ଅଛି ଅନୁସନ୍ଧାନ କରିଥିଲେ ।