ରାତି ୮ଟା ସୁଦ୍ଧା ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

(ରିପୋଟର୍ସ ଟୁଡେ, ଭୁବନେଶ୍ୱର): ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଚଳିତ ସପ୍ତାହ ଗୁରୁବାର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାପଡିଛି । ତେବେ ସୋମବାର ରାତି ୮ଟା ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର,ଖୋର୍ଦ୍ଧା,ପୁରୀ,ନୟାଗଡ,ଗଞ୍ଜାମ,କନ୍ଧମାଳ ଓ କଟକ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।