(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱକୁ ନେଇ ଦାୟର ହୋଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ କରିବେ। ରାହୁଲ ଗାନ୍ଧୀ ବ୍ରିଟେନର ନାଗରିକତ୍ୱ ଗ୍ରହଣ କରିଥିବା ଅଭିଯୋଗକୁ ନେଇ ବରିଷ୍ଠ ବିଜେପି ନେତା ସୁବ୍ରମନ୍ୟମ ସ୍ୱାମୀ । ଏହାପରେ ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୨୯ ତାରିଖରେ ଗୃହମନ୍ତ୍ରଣାଳୟ ନାଗରିକତ୍ୱ ବାବଦରେ ସ୍ପଷୀକରଣ ମାଗିଥିଲା।
ତେବେ ସୁପ୍ରିମକୋର୍ଟରେ ଉଭୟ ସୁବ୍ରମନ୍ୟମ ସ୍ୱାମୀ ଏବଂ ଗୃହମନ୍ତ୍ରଣାଳୟ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଗୃହ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଆବେଦନର ଶୁଣାଣି କରିବେ ବୋଲି ସ୍ପଷ୍ଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ମତଦାନ ଅଧିକାର ଏବଂ ନାମାଙ୍କନ ପତ୍ର ରଦ୍ଦ କରିବା ପାଇଁ ଗୃହମନ୍ତ୍ରଣାଳୟ ଆବେଦନରେ ଦର୍ଶାଇଛି।
ସୂଚନାଯୋଗ୍ୟ, ବ୍ରିଟିଶ କମ୍ପାନୀ ବେକୋପ୍ସରେ ରାହୁଲ ନିର୍ଦ୍ଦେଶକ ଏବଂ ସଚିବ ଥିବା ଏକ ପ୍ରମାଣ ପାଇଥିଲେ ବିଜେପି ସାଂସଦ ସୁବ୍ରମନ୍ୟମ । ଯେଉଁଥିରେ ରାହୁଲ ନିଜକୁ ବ୍ରିଟେନର ନାଗରିକ ବୋଲି ଦର୍ଶାଇଛନ୍ତି।