ଫୋନି ପାଇଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ‘ଫୋନି’ ଏବେ ଭୟଙ୍କର ରୂପ ନେଇଛି । ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା । ବାତ୍ୟା ଫୋନି ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି । ତେଣୁ ସଜାଗ ରହିବା ସହ ସାମୁଦ୍ରିକ ଝଡ଼ ଫୋନି ଆସନ୍ତା ୩ତାରିଖ ଅପରାହ୍ନରେ ପୁରୀ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇବାର ସମ୍ଭାବନା ରହିଛି । ରାଜ୍ୟରେ ଯେପରି କୈାଣସି ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅବହେଳିତ ନ ହୁଏ ତେଣୁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ମେ ୧୫ ଯାଏଁ ଛୁଟି ବାତିଲ କରାଯାଇଛି । ଏହା ସହ ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ନିଜ ଚିକିତ୍ସାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ସବୁ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବାକୁ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।