କାଠ ନେଇ ଯାଉଥିବା ବେଳେ ଧରିଲା ବନବିଭାଗ

ପାପଡାହାଣ୍ଡି/ଅନିଲ ପ୍ରଭାତ ଭତ୍ରା : କାଠ ନେଇ ଯାଉଥି ଯାଉଥିବା ବେଳେ ଧରିଲା ପୋଲିସ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୋଇଦଲପୁର ଓ ଡାବୁଗାଁ ବନବିଭାଗ ମିଳିତରେ ୨୦ଗୋଟି କାଠଗଣ୍ଡି ଓ ବ୍ୟବହୃତ ହୋଇଥିବା ଗାଡିକୁ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ଦୁଇଜଣ ହେଲେ ଡାବୁଗାଁର ବେଣୁ ହରିଜନ ଓ ପାତ୍ରୀ ଗ୍ରାମର ପ୍ରମଦ ହରିଜନ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନ ( ଓଡି ୨୪ବି ୪୮୩୦)ରେ କାଠଗଣ୍ଡ ନେଇ ଏକ ପିକଅପ ବଟକରି ଗ୍ରାମ ଠାରୁ ପାତ୍ରୀ ଗାଁ କୁ ନେଇ ଯାଉଥିଲା ।କୌଣସି ସୂତ୍ରରୁ ମୋଇଦଲପୁର ଓ ଡାବୁଗାଁ ବନବିଭାଗ ଖବର ପାଇ ମିଳିତ ଭାବେ ଦହଡାମାଲ ଛକ ନିକଟରେ ଚଢ଼ାଉ କରିଥିଲେ । ବନବିଭାଗ କାଠଗଣ୍ଡି ନେଇ ଯାଉଥିବା ପିକଅପ ଓ କାଠକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ ।ଜବତ ହୋଇଥିବା ଶଗୁଆନ କାଠ ଏକ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି । ଏହି ଚଢ଼ାଉ ସମୟରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ତହିତ କୁମାର ସ୍ୱାଇଁ,ଡାବୁଗାଁ ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ମୋଇଦଲପୁର ଫରେଷ୍ଟର ମଧୁସୂଦନ ପାତ୍ର ଥିଲେ ।