ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ୍

ବ୍ୟୁରୋ: ଏନଡିଏ ରେ ସାମିଲ ହେଲା ଜେଡିଏସ୍ । ବଢିଲା ଏନଡିଏର ଶକ୍ତି । ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ୍ । ଦିଲ୍ଲୀରେ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଭେଟିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଏବଂ ବିଧିବଦ୍ଧ ଭାବେ ଏନଡିଏରେ ସାମିଲ ହୋଇଛନ୍ତି । ଏନେଇ ଟୁଇଟ କରି ସ୍ପଷ୍ଟ କରିଛନ୍ତି ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି ଏନଡିଏର ଶକ୍ତି ବୃଦ୍ଧି ପାଇବ । ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। କହିଛନ୍ତି ମୁଁ ବେଶ ଖୁସିର ସହ ଘୋଷଣା କରିବାକୁ ଚାହୁଁଛି ଯେ ଏନଡିଏର ଗୋଟିଏ ଅଂଶବିଶେଷ ହେବାକୁ ଜେଡିଏସ ନିଷ୍ପତ୍ତି ନେଇଛି। ଆମେ ସେମାନଙ୍କୁ ହୃଦୟର ସହ ଏନଡିଏକୁ ନିମନ୍ତ୍ରଣ କରୁଛୁ। ଏହା ଏନଡିଏକୁ ଆହୁରି ମଜବୁତ କରିବ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ମଧ୍ୟ ସହାୟକ ହେବ। ନୂଆ ଇଣ୍ଡିଆ, ସଶକ୍ତ ଇଣ୍ଡିଆ।”
ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି । କଂଗ୍ରେସକୁ ଚ୍ୟାଲେଞ୍ଜ ଦେବାକୁ ଏନଡିଏ ତରଫରୁ ଗୁରୁବାର ଦିନ ଜନତା ଦଳ ସେକୁଲାର ବା ଜେଡିଏସକୁ ମେଣ୍ଟରେ ସାମିଲ କରିଛି । ଦିଲ୍ଲୀରେ ଜେଡିଏସ ନେତା ଏଚ ଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହାପରେ ଜେଡିଏସକୁ ଏନଡିଏ ମେଣ୍ଟରେ ସାମିଲ କରାଯାଉଛି । ଏହା ପୂର୍ବରୁ ମଧ୍ୟ ବିଜେପି ଓ ଜେଡିଏସ ମଧ୍ୟରେ ମେଣ୍ଟ ଥିଲା । ହେଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଜେଡିଏସ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ଲଢିଥିଲା । ହେଲେ କଂଗ୍ରେସ ଜେଡିଏସ ଓ ବିଜେପି ଉଭୟଙ୍କୁ ଝଟକା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ଜେଡିଏସ ଓ ବିଜେପି ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିବା ତେବେ କର୍ଣ୍ଣାଟକରେ ଜେଡିଏସ କେବଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଜେଡିଏସକୁ ୯.୬୭ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ଦଳ । ୨୦୨୩ ବିଧାନସଭା ନିର୍ବାଚନରେ ଜେଡିଏସ ଟିକେଟରୁ ୧୯ ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ଭୋଟ ପ୍ରତିଶତ ବୃଦ୍ଧିପାଇ ୧୩.୨୯ ପ୍ରତିଶତରେ ପହଂଚିଥିଲା ।