ଭୁବନେଶ୍ୱର : ଓଡିଶାରେ ନବନିଯୁକ୍ତ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି । ରାଜ୍ୟପାଳ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଦିଆଗଲା ଗାର୍ଡ ଅଫ୍ ଅନର୍ । ଆଜି ରାଜ୍ୟପାଳ ପୁରୀ ରାଜଭବନ ଯାଇ ସେଠାରେ ରାତ୍ରୀ ଯାପନ କରିବେ। ଶୁକ୍ରବାର ଅର୍ଥାତ୍ ଜାନୁଆରୀ ୩ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ୧୦ ଟା ୧୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।