ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ଇଣ୍ଡିଆକୁ ଫେରିବା କଷ୍ଟକର

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ନଭେମ୍ବର ୪ରୁ ଆରମ୍ଭ ହେଉଛି। ଟିମ୍ ଇଣ୍ଡିଆ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ, ଏବଂ ହାର୍ଦ୍ଦିକଙ୍କ ଭଳି ଅଲରାଉଣ୍ଡରଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଧକ୍କା।

ହାର୍ଦ୍ଦିକ ଶେଷ ଥର ପାଇଁ ମେ ମାସରେ IPL 2026 ସମୟରେ ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିଥିଲେ। ସେ ବର୍ତ୍ତମାନ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE)ରେ ପୁନର୍ବାସ କରୁଛନ୍ତି। ଗିଲ୍ ହାର୍ଦ୍ଦିକଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ହାର୍ଦ୍ଦିକ ଜଣେ ଚମତ୍କାର ଅଲରାଉଣ୍ଡର। ବିଶ୍ୱରେ ବହୁତ କମ୍ ଖେଳାଳିଙ୍କ ପାଖରେ ତାଙ୍କର ଦକ୍ଷତା ଅଛି। ସେ ନୂତନ ଏବଂ ପୁରୁଣା ଉଭୟ ବଲ୍ ସହିତ ବୋଲିଂ କରିପାରିବେ। ଆଘାତ ପାଇଁ ସେ ସେ IPL ପରଠାରୁ କ୍ରିକେଟ୍ ଖେଳିନାହାଁନ୍ତି। ଆଶା କରୁଛି, ସେ ଶୀଘ୍ର ଫେରିବେ। ସେ କିଛି ଘରୋଇ କ୍ରିକେଟ୍ ଖେଳିବେ ଏବଂ ଆଶା କରୁଛନ୍ତି ଯେ ସେ ଶୀଘ୍ର ଭାରତୀୟ ଦଳକୁ ଫେରିବେ।”

ହାର୍ଦ୍ଦିକଙ୍କ ଫିଟନେସ୍ ସମସ୍ୟା 2026 IPL ସମୟରେ ଆରମ୍ଭ ହୋଇଥିଲା। ପିଠି କଷ୍ଟ ଯୋଗୁଁ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ତିନୋଟି ମ୍ୟାଚ୍ ହରାଇବାକୁ ପଡିଥିଲା। ସେ ଟୁର୍ଣ୍ଣାମେଣ୍ଟର ଶେଷ ଭାଗରେ ଫେରିଥିଲେ କିନ୍ତୁ 24 ମଇରେ ତାଙ୍କର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିବା ପରଠାରୁ ସେ ଖେଳରୁ ଦୂରରେ ଅଛନ୍ତି। ଜୁନ୍ ମାସରେ, ପୁନର୍ବାସ ସମୟରେ ତାଙ୍କର କ୍ୱାଡ୍ରିସେପ୍ସ ଷ୍ଟ୍ରେନ୍ ହୋଇଥିଲା, ଯାହା ଫଳରେ ସେ ଆଫଗାନିସ୍ତାନ ବିପକ୍ଷ ODI ସିରିଜରୁ ବାଦ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ପୂର୍ଣ୍ଣ ଫିଟନେସ୍ ଅଭାବରୁ ସେ ଇଂଲଣ୍ଡ ବିପକ୍ଷ ODI ସିରିଜରୁ ବଞ୍ଚିତ ହୋଇଥିଲେ।