ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କ୍ରିକେଟର ହରଭଜନ ସିଂଙ୍କ ଦ୍ୱିତୀୟ ଇନିଂସ

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କ୍ରିକେଟର ହରଭଜନ ସିଂଙ୍କ ଦ୍ୱିତୀୟ ଇନିଂସ । ଖେଳ ପଡ଼ିଆରେ ନଜର ଆସୁଥିବା ହରଭଜନଙ୍କୁ ଏବେ ବଲିଉଡରେ ଦେଖିବେ ଦର୍ଶକ ।

(ମୁମ୍ବାଇ) : ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କ୍ରିକେଟର ହରଭଜନ ସିଂଙ୍କ ଦ୍ୱିତୀୟ ଇନିଂସ । ଖେଳ ପଡ଼ିଆରେ ନଜର ଆସୁଥିବା ହରଭଜନଙ୍କୁ ଏବେ ବଲିଉଡରେ ଦେଖିବେ ଦର୍ଶକ । ସେ ତାଙ୍କର ଡେବ୍ୟୁ ଫିଲ୍ମ ‘ଫ୍ରେଣ୍ଡସିପ୍’ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ହରଭଜନ ସିଂ ଏ ନେଇ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ଅକ୍ଟୋବର ୧୫ ରୁ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ଆରମ୍ଭ ହେବ। ଏହି ଫିଲ୍ମର ଏକ ପୋଷ୍ଟର ମଧ୍ୟ ସେ ସେୟାର କରିଛନ୍ତି। ଯେଉଁଥିରେ ସେ ହାତରେ ବାଡି ଧରିଥିବା ନଜର ଆସିଛନ୍ତି । ନିଜ ଟ୍ୱିଟରେ ଫିଲ୍ମର ପୁରା କାଷ୍ଟକୁ ଟ୍ୟାଗ୍ କରିଛନ୍ତି।

ସୂଚନାନୁଯାୟୀ , ଫିଲ୍ମ ‘ଫ୍ରେଣ୍ଡସିପ୍’ର ନୂଆ ପୋଷ୍ଟର ଏବଂ ଅତୀତରେ ମୁକ୍ତିଲାଭ କରିଥିବା ଗୀତଗୁଡ଼ିକୁ ଦେଖିଲେ ଦର୍ଶକମାନେ ଏଥିରେ ଦମଦାର ଆକ୍ସନର ଦେଖିବାକୁ ପାଇବେ। ବିଶ୍ୱ କ୍ରିକେଟ୍ରେ ନିଜର ଛାପ ଛାଡ଼ିବା ପରେ ଏବେ ଅଭିନୟ କ୍ଷେତ୍ରରେ ନୂଆ ଇନିଂସ ଆରମ୍ଭ କରିବେ ହରଭଜନ ସିଂ। ଏହି ଫିଲ୍ମରେଅନ୍ୟମାନଙ୍କ ମଧ୍ୟରେ ଆକ୍ସନ୍ କିଙ୍ଗ ଅର୍ଜୁନ ଏବଂ ଲୋସାଲିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ଚଳଚ୍ଚିତ୍ରଟି ଏକ ସମ୍ପୂର୍ଣ୍ଣ ମନୋରଞ୍ଜନ ପ୍ୟାକେଜ୍ ହେବାକୁ ଯାଉଛି ବୋଲି କୁହାଯାଇଛି।