(ବ୍ୟୁରୋ) :କୁହାଯାଏ ନାରୀର ରହିଛି ଅନେକ ରୂପ।। କେତେେଳେ ସେ ଭଗିନୀ ତ କେତେବେଳେ ଅର୍ଦ୍ଧାଙ୍ଗିନୀ, କେତେ ବେଳେ ଜନ୍ମ ଦେଇଥିବା ମାଆ ତ କେତେବେଳେ ଜନ୍ମ ହୋଇଥିବା ଝିଅ। ତାର ଅନେକ ରୂପ। ହେଲେ ଆଜି ହେଉଛି ସେହି ମାଆର ଦିନ।

ମାଆ ଯିଏ ଆମକୁ ୧୦ ମାସ ୧୦ ଦିନ ଗର୍ଭରେ ଧାରଣ କରି ଜନ୍ମ ଦେଇଛି। ଇଏ ସେଇ ମା ଯିଏ ତା ପିଲାର ସବୁ ଅଳୀ ଅର୍ଦ୍ଦଳି ସହି ତାର ସବୁ ଇଚ୍ଛା ପୁରା କରେ। ନିଜେ ଭୋକ ଉପାସରେ ରହି ତା ପିଲାକୁ ଖାଦ୍ୟ ଦିଏ ସିଏ ମାଆ।

ମାଆ କୁ ବର୍ଣ୍ଣନା କରିବା ମୁସ୍କିଲ। ମାଆକୁ ଅନେକ ଭାଷାରେ ଅଲଗା ଅଲଗା ଶବ୍ଦ ଦିଆ ଯାଇଛି। ଯେମିତି କେହି ମା ତ କିଏ ବୋଉ, ମମି, ମାମା ଏମିତି ଅନେକ, ହେଲେ ତାର ଭଲ ପାଇବା ସେଇ ଗୋଟିଏ। ତାର ଭଲ ପାଇବାରେ କେବେ ହେଲେ ଉଣା କରି ନ ଥାଏ।

ଆଜି ହେଉଛି ସେହି ମାଆର ଦିନ ବା ଯାହାକୁ ଆମେ କହୁ “Mother’s Day” । କେବଳ ଆଜି ଗୋଟିଏ ଦିନ ନୁହେଁ ବରଂ ସବୁଦିନ ମାଆକୁ ସମ୍ମାନ ଦେବା ଉଚିତ। ତାକୁ ଖୁସିରେ ରଖିବା ଉଚିତ।