ଆଜିଠୁ କମିବ ବର୍ଷାର ପରିମାଣ

0

ଭୁବନେଶ୍ୱର:ବଙ୍ଗେପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତରେ ପରିଣତ ହୋଇଛି । ଏହି ଅବପାତ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି। ଏହା ବର୍ତ୍ତମାନ ଘଣ୍ଟା ପ୍ରତି ୧୯ କିଲୋମିଟର ବେଗରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଦୃର୍ବଳ ହୋଇ ଧିରେ ଧିରେ ଝାଡଖଣ୍ଡମୁହାଁ ହୋବ । ଏହା ପ୍ରଭାବରେ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପଟେ ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। କେବଳ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରୀ କରାଯାଇଛି। ଶୁକ୍ରବାରଠାରୁ କୌଣସି ଜିଲ୍ଲା ପାଇଁ ଆଲର୍ଟ ଜାରୀ କରାଯାଇ ନ ଥିବା ବେଳେ ସବୁ ଜିଲ୍ଲାରୁ ବର୍ଷା ଚେତାବନୀ ହଟାଇ ଦିଆଯାଇଛି।