(ଜୟନ୍ତ କୁମାର ସେଠୀ / ପୁରୀ) : ପୁରୀ ବାସେଲି ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ବିଜେପି ପକ୍ଷରୁ ପୁରୀ ଜିଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରାଯାଇଛି । ତୁରନ୍ତ ଦୋଷୀ ପୋଲିସ ଅଧିକାରୀଙ୍କ ୩୦୨ ଧାରାରେ ମାମଲା ରୁଜୁ କରି ତଦନ୍ତ ପାଇଁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଦାବି କରିଛନ୍ତି। କେଵଳ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କି ବଦଳି କରିଦେଲେ ଦୋଷୀ ପୋଲିସ ଅଧିକାରୀ ଦଣ୍ଡିତ ହେବେ ନାହିଁ । ଏ ନେଇ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଦାବିରେ ଜିଲାପାଳଙ୍କୁ ବିଜେପି ପକ୍ଷରୁ ଦାବି ପତ୍ର ଦିଆଯାଇଛି। ଏଥି ସହିତ ମୃତକ କେ ରମେଶ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେପି ।