କଟକ – ଗ୍ୟାଙ୍ଗ ଷ୍ଟାର ଡି ବ୍ରଦର୍ସଙ୍କ କଳା ସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲୁଛି ।ଗ୍ୟାଙ୍ଗ ଷ୍ଟାର ଡି-ବ୍ରଦର୍ସଙ୍କୁ ତିନି ଦିନିଆ ରିମାଣ୍ଡରେ କଟକ ସିଡିଏ ସ୍ଥିତ ଡି ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ରେଡ ଚାଲିଥିବାବେଳେ ପୁଣି ବନ୍ଧୁକ ଓ ଗୁଳି ଜବତ ହୋଇଛି । ଯେତେଥର ପୋଲିସ ଚଢାଉ କରୁଛି ସେତେଥର ଗୁଳି ବନ୍ଧୁକ ଜବତ ହେଉଛି । ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ ପୋଲିସ । ଛାତ ସିଲିଂ ଭିତରୁ ୩ଟି ୯ ଏମଏମ ପିସ୍ତଲ ମିଳିଥିବାବେଳେ ୧୭୫ ରାଉଣ୍ଡ ଗୁଳି ଏବଂ ୧୬.୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ନିଜୁକୁ ବେଶ ଚାଲାକ ଭାବୁଥିଲେ ବ୍ୟକ୍ତି ଜଣକ କିନ୍ତୁ ଚାଲାକ ଆଉ ବେଶି ଦିନ ଗଲା ନାହିଁ । ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ରଖିଥିବା କଥା ପୋଲିସ ଜେରା କରିବା ବେଳେ ଡି ବ୍ରଦର୍ସ ମାନିଯାଇଥିଲେ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ।
ଏଥିସହିତ ଗତକାଲିଠାରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଆଜି ଶେଷ ହୋଇଥିବା ସୂଚନା ଦେଇଛି ଡିସିପି । ଆଜି ଚଢାଉ ବେଳେ ଗୁଳିଓ ବନ୍ଧୁକ ସହିତ ୫ ଟି ମ୍ୟାଗ୍ଜିନ ବି ଜବତ ହୋଇଥିବା ସୂଚନା ମିଳିଛି ।
Edit by sanjulata sahoo