ଭୁବନେଶ୍ୱର: କେବେ ସ୍କୁଲ ଖୋଲିବ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ସ୍ଥାନୀୟଅଧିକାରୀ । କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ କୋଭିଡ ଗାଇଡଲାଇନ । ଆସନ୍ତା କାଲିଠାରୁ ଖୋଲିବ ସମସ୍ତ ମେଡିକାଲ କଲେଜ । ୩୧ ଡିସେମ୍ବର ଯାଏଁ ବନ୍ଦ ରହିବ ଅଙ୍ଗନୱାଡି କେନ୍ଦ୍ର । ଡିସେମ୍ବର ମାସରେ ସିନେମା ହଲ ଓ ସୁଇମିଂପୁଲ ଖୋଲିବ ନାହିଁ । ଆନ୍ତରଜାତୀୟ ବିମାନ ଉଡାଣ ଉପରେ କଟକଣା ବଳବତ୍ତର । ବଡ ଧରଣର ସାମାଜିକ, ରାଜନୈତିକ ଓ କ୍ରିଡା କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରଦର୍ଶନୀ ଓ ମେଳା ମଧ୍ୟ ଆୟୋଜନ ହେବ ନାହିଁ । ବାହାଘରରେ ସର୍ବାଧିକ ୨ ଶହ ଲୋକ ସାମିଲ ହୋଇପାରିବେ । ଅନ୍ତିମସଂସ୍କାର ରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହେବାକୁ ରହିଛି ଅନୁମତି।