ଭୁବନଶ୍ୱର : ଶିକ୍ଷା ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ | ଏଣୁ ସମାଜର ଅନୁସୂଚିତ ଜାତି ଜନଜାତି ବିଭାଗର ମଙ୍ଗଳ ବା ଉନ୍ନତିପାଇଁ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷପ ନେବା ସହ ସେମାନଙ୍କ ଶିକ୍ଷା ଅଧିକାର କିପରି ରକ୍ଷା ପାଇବ ସେଥିପାଇଁ ବହୁ ଚେଷ୍ଟା କରୁଛନ୍ତି | ସେଥିପାଇଁ ସ୍ୱତନ୍ତ୍ର ଗବେଷଣା ସଂସ୍ଥା ବିଭାଗ କାର୍ଯ୍ୟ କରୁଛି।
କିନ୍ତୁ ଦୁର୍ଭାଗ୍ୟର କଥା ଗତ 13 ଜାନୁଆରୀରେ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ 364 ଚିଠିରେ ତାର ଆବଶ୍ୟକତା ମେଣ୍ଟାଇବା ଲାଗି ଓଡିଶା ଇତିହାସରେ ପ୍ରଥମ ଥର ପ୍ରାଥମିକ ଶିକ୍ଷା ପାଇଁ ବି ଅତିଥି ଶିକ୍ଷକ ବ୍ୟବସ୍ଥା ପାଇଁ ନିର୍ଦେଶ କରିଛି।
ତେବେ ଏହି ଅତିଥି ଶିକ୍ଷକଙ୍କ ପାଇଁ କିଛି ନିୟମ ବଳି ରହିଛି | ଯେମିତି Guest Teacher ଯେକୌଣସି ଅତିରିକ୍ତ କାର୍ଯ୍ୟ କରିବେ ସେ ବାବଦରେ କୌଣସି ଅଧିକ ପଇସା ନିମନ୍ତେ ସେ ଦାବି କରିପାରିବେ ନାହିଁ | ଏଥିସହ DWO ଙ୍କ ଜରିଆରେ Guest Teacher ମାନଙ୍କ ଉପରେ ସର୍ବଦା ନଜର ରଖାଯିବ, ଦାୟିତ୍ୱରେ ଖିଲାପ ଦେଖାଗଲେ ଯେକୌଣସି ମୂର୍ତ୍ତିରେ ସମ୍ପୃକ୍ତ Guest Teacherଙ୍କୁ ଦାୟିତ୍ୱରୁ ହଟାଇ ଦିଆଯିବା ଭଳି ଅନେକ ନିୟମ ରହିଛି | Guest Teacher ରେ ନିର୍ଯୁକ୍ତ କୌଣସି ଶିକ୍ଷକ Regular / SSD Dept. Cadre ଭିତ୍ତିରେ Appointment ନିମନ୍ତେ ଦାବି କରିପାରିବେ ନାହିଁ |