ମାଲକାନଗିରି ସରକାରୀ ଏସ ଏସଡି ବାଳିକା ଉଚ୍ଚବିଦ୍ୟାଳୟ ଶିଖପଲ୍ଲୀ ଠାରେ ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି।ଏହି ଦ୍ଵିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଅତିତିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଯୋଗ ଦେବା ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ସଭାପତିତ୍ୱ କରିଥିଲେ।ଜିଲ୍ଲା ପରିଷଦ ଅଦ୍ଧକ୍ଷ ସମରୁ ଟାଙ୍ଗୁଲ ସହ ଅନ୍ୟାନ୍ୟ ସମ୍ମାନିତ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।ପ୍ରଧାନ ଶିକ୍ଷୟତ୍ରୀ ମନୋରମା ସ୍ୱାଇଁ ଆବାହକ ଭାବେ ଯୋଗ ଦେବା ସହ ଅନ୍ୟାନ୍ୟ ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ରୁପାଲି ରାଏ ,ସଂଯୁକ୍ତା ମହାନ୍ତି, ଜେ ରଣୀ ଦୋରା, ଝରଣା ଶତପଥି, ସୋନାଲି ଦାସ,ଟୁଟୁ ମହାପାତ୍ର, ଆନନ୍ଦ ଦାସ ଓ ଯସ୍ମୀନ ସାମଲ ଏହି କଯ୍ୟକ୍ରମରେ ଯୋଗଦେଇ କାଯ୍ୟକ୍ରମଟିକୁ ସୁଚାର ରୂପେ ପରିଚାଳନା କରିଥିଲେ।ଛାତ୍ର ଛାତ୍ରୀ ମାନେ ସମ୍ମାନିତ ଅତିଥି ମାନଙ୍କୁ ନାଚ ଗୀତ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ। ଏହି କଯ୍ୟକ୍ରମଟି ବହୁ ଧୁମ ଧାମରେ ପାଳନ କରାଯାଇଥିଲା।ପିଲାମାନେ ବିଭିନ୍ନ ପ୍ରକାରର ନାଚ ଗୀତ ପ୍ରଦର୍ଶନ କରି ମଞ୍ଚକୁ ଆକର୍ଷଣୀୟ କରିଥିଲେ ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା। ପିଲାମାନେ କିପରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିପାରିବେ ଓ ଭଲ ମଣିଷ ଟିଏ ହୋଇପାରିବେ ସେ ବିଷୟରେ ମୁଖ୍ୟାଅତିଥି ପିଲାମାନଙ୍କୁ ବୁଝାଇଥିଲେ।ଅତିରିକ୍ତ ଜିଲ୍ଲାପାଳ ନିଜ ଗୀତ ମାଧ୍ୟମରେ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଳୟ ବୁଲି ଦେଖିବା ପରେ ସେଠାରେ ହଷ୍ଟେଲ ରେ ପିଲା ମାନଙ୍କ ରହିବା ବ୍ୟବସ୍ଥା କରିବା ଓ ଖେଳ ପଡ଼ିଆର କିପରି ମରାମତି କରାଯିବ ତାହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ତାହା ସହ ମାଲକାନଗିରି ବିଧାୟକ ଏହି ବିଦ୍ୟାଳୟର ଶିକ୍ଷା ଓ ପିଲାମାନଙ୍କ ପ୍ରତିଭା କୁ ବେଶ ପ୍ରଶଂସା କରିଥିଲେ ଏବଂ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।