ବାତ୍ୟା ଫନି: ସମସ୍ତ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ ଗୁରୁବାର ଦିନ ଓଡିଶା ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ଫନି ପ୍ରଭାବରେ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସେଠାରେ ମାନବ ସମ୍ବଳ ସହ ଯନ୍ତ୍ରାଂଶକୁ ପ୍ରସ୍ତୁତ ରଖାଯାଇଛି ।
୧୯୭୬ ମସିହା ପରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ପଶ୍ଚିମ ମଧ୍ୟ ବଙ୍ଗୋପସାର ଦେଇ ପ୍ରଥମ ଝଡ ହେବ ଯାହା ଏପ୍ରିଲ ମାସରେ ଦେଖା ଦେଇଛି । ଏହା ସ୍ଥଳଭାବ ଆଡକୁ ପ୍ରଖର ବେଗରେ ମାଡି ଆସୁଥିବା ବେଳେ ପାଣିପାଗ ବିଭାଗର ସ୍ଥିର ଦୃଷ୍ଟି ଏହାର ବ୍ୟାପକତା ଉପରେ ରହିଛି ଓ ଲୋକମାନେ କଣ କରିବେ ଓ କଣ କରିବେ ନାହିଁ ଏହା ଉପରେ ସଚେତନ କରାଉଛି । ପୁରୀଠାରୁ ୪୩୦ କିମି ଓ ବିଶାଖାପାଟନମରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ସୃଷ୍ଟ ବାତ୍ୟା ଆଗକୁ ୧୫ କିମି ଗତିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏହା ମେ ୩ ତାରିଖରେ ପୁରୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି । ସ୍ଥଳଭାବ ଛୁଇଁବା ବେଳକୁ ଏହାର ଗତି ୧୭୦ରୁ ୧୮୦ ମଧ୍ୟରେ ରହି ୨୦୦ କିମି ପ୍ରତି ଘଣ୍ଟା ବେଗରେ ବହିପାରେ ।
ଏଥିନେଇ ରାଜ୍ୟ ସରକାର ୫୦୦୦ ସମୁଦ୍ରକୂଳିଆ ଓ ଦୁର୍ଗମ ଅଞ୍ଚଳର ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି । ବାତ୍ୟା ମୁକାବିଲା ପାଇଁ ଓ ଦୁର୍ବିପାକ ପରିଚାଳନା ନିମନ୍ତେ ରାଜ୍ୟ ସରକାର ୧୨ ଜଣ ଆଇଏଏସ ଓ ୧୧ ଆପିଏସ୍ ଅଧିକାରୀଙ୍କୁ ଥଇଥାନ ଓ ରିଲିଫ ବଣ୍ଟନ ଉପରେ ଦୃଷ୍ଟି ରଖିବାକୁ ନିୟୋଜିତ କରିଛନ୍ତି । ୨୪ ଜଣ ଏନଡିଆରଏଫ ଦଳ ଅସ୍ତରଙ୍ଗରେ ପହଞ୍ôଚଥିବା ବେଳେ ଓଡିଆରଏଏଫର ଦୁଇ ୟୁନିଟକୁ କୋଣାର୍କ, ଗୋପ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗିପଡିଛନ୍ତି । କାକଟପୁରରେ୨୮ଟି ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି ଫନି ପାଇଁ । ସେହିପରି ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଫନି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛି । ବିଭାଗ ପକ୍ଷରୁ ସୂଚନା ରହିଛି କି ଫନି ସ୍ଥଳ ଭାଗକୁ ଛୁଇଁବା ସମୟରେ ଗଜପତି, ଖୋର୍ଦ୍ଧା, ପୁରୀ ଓ ଜଗତ୍ସିଂହ ପୁର ଜିଲ୍ଲାରେ ୧.୫ ମିଟର ଉଚ୍ଚର ଜୁଆର ଉଙ୍ଖିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟାକୁ ନେଇ ଲୋକେ ଭୟଭୀତ ନ ହେବାକୁ ଉପଦେଶ ଦେଇଛନ୍ତି । ପେଟ୍ରୋଲ ପମ୍ପ ସମ୍ମୁଖରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ବଜାରରେ ମଧ୍ୟ ଲୋକମାନେ ନିତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାରେ ଲାଗିପଡିଛନ୍ତି । ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି କି, ଏଥିରେ ମାଟି ଘର ଓ ପୁରୁଣା ମରାମତି ହୋଇନ ଥିବା ଘର ପ୍ରତି ବିପଦ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳ ଧାରଣା ନଷ୍ଟ ହେବାର ସମ୍ଭାବନା ରହିଛି ବିଭାଗ ପକ୍ଷରୁ ୩ ଓ ୪ ମେ ପାଇଁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ପରି ୧୭ଟି ଜିଲ୍ଲାକୁ ରେଡ ୱାର୍ନିଂ ଜାରି କରାଯାଇଛି । ସେହିପରି ଗଜପତି, ଗଞ୍ଜାମ, ପୁରୀ, ଖୁର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡା ପରି ୭ଟି ଜିିଲ୍ଲାରେ ଅରେଂଜ ୱାର୍ନିର୍ଂ ଓ ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ଦେଓଗଡକୁ ଏଲୋ ୱାର୍ନିର୍ଂ ଦିଆଯାଇଛି।
ପୁରୀରେ ନାଲି ବାନା ଖସିପଡିଛି ଓ ସମସ୍ତ ଅଞ୍ଚଳ ଓ ମୁଖ୍ୟତଃ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ ସୂଚନା ଜାରି କରାଯାଇଛି । ପୁରୀ ସମୁଦ୍ର କୂଳରେ ଲାଇଫ ଗାର୍ଡ ପାଟ୍ରୋଲିଂ ଚାଲିଛି, ହୋଟେଲ ଓ ରେଷ୍ଟିରାଣ୍ଟଲୋକଙ୍କୁ ଆବଶ୍ୟକ ସ୍ଥଳେ ଖାଦ୍ୟ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛନ୍ତି । ଦମକଳ ବାହିନୀ ସେମାନଙ୍କ ସାଜ ସରଞ୍ଜାମର ଯାଞ୍ଚ କରିବା ସହ ଆପଦକାଳୀନ ସହାୟତା ପାଇଁ ନିଜକୁ ପ୍ରସ୍ତୁତ ରଖିଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସୂଚନା ରଖିବା ସହ କ୍ୟାବିନେଟ ସଚିବ ଓଡଡିଶା, ଆନ୍ଧ୍ର, ତେଲେଙ୍ଗାନା ଓ ତାମିଲନାଡୁର ରାଜ୍ୟ ମୁଖ୍ୟ ସଚିବଙ୍କ ସହ ଲଗାତର ସମ୍ପର୍କରେ ରହିଛନ୍ତି ।