ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ଵର: ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ମିଳିଲା ପ୍ରତିଶ୍ରୁତି । ଗୋବିନ୍ଦଙ୍କ ସଂପର୍କୀୟଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏନେଇ ସୂଚନା ଦେଇଛି ପ୍ରଦୀପ୍ତ କୁମାର ନାଏକ । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ରେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା ।

ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୋବିନ୍ଦ ସାହୁ ଝିଅ ଲିପିକା କହିଛନ୍ତି, ମମିତା ମେହେରଙ୍କୁ ଯିଏ ମାରିଛି, ସେ ମୋ ବାପାଙ୍କୁ ମାରିଛି । ତତ୍‌କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ଗୋବିନ୍ଦଙ୍କ ଝିଅ । ମୋ ବାପାଙ୍କୁ ମୋହରା ବନା ଯାଇଥିଲା, ସେ ଆତ୍ମହତ୍ୟା କରିନାହାଁନ୍ତି । ପୋଲିସ ସହାୟତାରେ ମୋ ବାପାଙ୍କୁ ହତ୍ୟା କରାଯାଇଛି । ଏବେ ଆମ ପରିବାରକୁ ବିଭିନ୍ନ ଧମକ ଦିଆଯାଉଛି । ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ଗୋବିନ୍ଦଙ୍କ ଝିଅ ।

ତେବେ ପିତା ଗୋବିନ୍ଦ ସାହୁଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଗତ ୨୦୨୨ ଡିସେମ୍ବର ୨୦ରେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା ।