ହେକ୍ଟର ହେକ୍ଟର ଚାଷ ଜମିରେ ଜମି ରହିଛି ବର୍ଷା ଜଳ

(ଜୟନ୍ତ ସେଠୀ/ ଗୋପ): ଯୁଅ।ଡେ ଦେଖିଲେ ପାଣି ଅ।ଉ ପାଣି, ଚାଷ ଜମିରେ କୃତିମ ବନ୍ୟାର ଭ୍ରମ ସୃଷ୍ଟି କରୁ୍ଥିବା ବର୍ଷା ଜଳ ନିଷ୍କାସନ ରେ ବାଧକ ସାଜିଛି କଟକୀ ଦଳ । ଚାଷ କାର୍ୟ୍ୟ ସମୟ ସରି ଅ।ସିଥିବା ବେଳେ ଚାଷ କାର୍ୟ୍ୟ ସଂପୂର୍ଣ୍ଣ ପ୍ରଭାବିତ ହେବ ବୋଲି ଅ।ଶଙ୍କା କରିଛନ୍ତି କୃଷକ ନେତା , ସରକାର ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦେଇ ଚାଷ ଋଣ ଛାଡ କରିବାକୁ ଦାବୀ କରିଛନ୍ତି । ସେପଟେ ଜଳବନ୍ଦୀର ଜିବନ କାଟୁଛନ୍ତି ବାମନାଳ ପଚଂ।ୟତର ପାତିଗ୍ରାମ ର ୫ନଂ ଓ୍ଵାର୍ଡ ବାସିନ୍ଦା।

ଚାଷ ଜମିରୁ ବର୍ଷା ଜଳ ନିଷ୍କାସନରେ ବାଧକ ସାଜିଛି କଟକୀ ଦଳ, ବ୍ଲକର ଧଳେଶ୍ଵର, ଅନ୍ତୁଅ।ର, ଧନୁଅ। ବଡମାଛପୁର, ରେଙ୍ଗାଳ ର ବର୍ଷା ଜଳ ବାମନାଳ ଓ ସଲଙ୍ଗ ପଚଂ।ୟତ ଦେଇ ଯାଇଥିବା ଧନୁଅ। ଶାଖା ନାଳ ଦେଇ ଗୋପ ତିନି ମୁହାଣୀ ଦେଇ କୁଶଭଦ୍ରାରେ ନିଷ୍କାସନ ହୋଇ ସମୁଦ୍ର କୁ ଯାଇଥାଏ । ମାତ୍ର ଉକ୍ତ ଧନୁଅ। ନାଳ (ଡି.ସି ୧୫, ଡି.ସି ୧୬) କଟକୀ ଦଳ ରେ ଭରପୁର ହୋଇ ପଡି୍ହିଥିବା ବେଳେ ଚାଷ ଜମିରୁ ପାଣି ନିଷ୍କାସନରେ ବଡ ସମସ୍ୟା ସୃଷ୍ଟି କରିଛି । ଯାହା ପାଇଁ ନିମାପଡା ବାମନାଳ ଓ ସଲଙ୍ଗ ପଚଂ।ୟତର ହେକ୍ଟର ହେକ୍ଟର ଚାଷ ଜମିରେ ଏବେ ବି ଜମି ରହିଛି ବର୍ଷା ଜଳ । କେଵଳ ଚାଷ ଜମି ନୁହେଁ ବାମନାଳ ର ପାତି ଗ୍ରାମ ପାଂଚ ନମ୍ଵର ଓ୍ଵାର୍ଡ ର ଲୋକେ ଏବେ ବି ଜଳବନ୍ଦୀ ଭାବରେ ଜିବନ ଯାପନ କରୁଛନ୍ତି । ଗ୍ରାମ କୁ ଯାତାୟାତ ର ମୁଖ୍ୟରାସ୍ତା କୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଥିବା ବେଳେ ଲୋକେ ନାହଁ ନ ଥିବା ଅସୁବୀଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଦୀର୍ଘ ୫ ଦିନ ଧରି ତଳି ଓ ବୁଣା ଯାଉଥିବା ଧାନ ପାଣି ଭିତରେ ନଷ୍ଟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଥିବା ବେଳେ ଧାନ ଚାଷ ପାଇଁ ସମୟ ଅତିବାହିତ ହୋଇ ଯାଇଥିବା ଓ ପଖାରେ ଧାନ ବିହନ ନଥିବା ଧାନ ଚାଷ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କହିଥିବା ବେଳେ ଚାଷ ପାଇଁ ଅ।ଣିଥିବା ଋଣ କିଭଳି ସୁଝିବେ ତାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।