ଫୋନିକୁ ନେଇ ଭୟଭୀତ ନୋଳିଅ।

(ଜୟନ୍ତ କୁମାର ସେଠୀ / ଗୋପ ) : ପୁରୀ ଜିଲ୍ଲାରେ ଫୋନିର ପ୍ରଭାବ ଦେଖିବାକୁ ମିଳିବ । ବିଶେଷକରି ଜିଲ୍ଲାର କୃଷ୍ଣପ୍ରସାଦ, ପୁରୀ ଓ ଚନ୍ଦ୍ରଭାଗା ନିକଟରେ ଏହାର ପ୍ରଭାବ ରହିବ ବୋଲି ପାଣପାଗ ବିଭାଗ ପୂର୍ଵାନୁମାନ କରୁଥିବା ବେଳେ କୋଣାର୍କ ଚନ୍ଦ୍ରଭାଗା ନୋଳିଅ। ସାହି ଲୋକେ ଫୋନି କୁ ନେଇ ଏବେ ଭୟଭୀତ ଅବସ୍ଥା ରେ ଅଛନ୍ତି ।
ଗତ ଦିନ ମାନଙ୍କ ରେ ମହାବାତ୍ୟା, ଫାଇଲିନ ରେ ଅନେକ କ୍ଷତି ସହିଥିବା ଏହି ଲୋକ ମାନେ ଯେପରି ଏହି ଫୋନି ସେମାନଙ୍କର କୈାଣସି କ୍ଷୟକ୍ଷତି କରି ନ ପାରେ ସେ ନେଇ ନିଜେ ସଚେତନ ହୋଇଛି । ପ୍ରଶାସନ ପକ୍ଷରୁ ଡାକବାଜି ଯଂତ୍ର ସାହାର୍ୟ୍ୟରେ ଏହି ଲୋକ ମାନଙ୍କୁ ସଚେତନ କରାଯାଉଥିବା ବେଳେ ଲୋକ ମାନଙ୍କୁ ନେଇ ବାତ୍ୟା ଅ।ଶ୍ରୟସ୍ଥଳୀ ରେ ସଚେତନତା କରାଯାଉଛି । କୋଣାର୍କ ଏନଏସି କାର୍ୟ୍ୟ ନିର୍ଵାହୀ ଅଧିକାରୀ , ଗୋପ ସିଡିପିଓ ନୋଳିଅ। ସାହି କୁ ଯାଇ ଫୋନିରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବା ନିମନ୍ତେ ଉତ୍ସାହିତ କରୁଥିବା ବେଳେ ସେଠାରେ ସେମାନଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଅପରପଟେ ଫୋନି ଅ।ସିବା ପୂର୍ଵରୁ ନିରାପଦ ସ୍ଥାନକୁ ଯିବାକୁ ପ୍ରସ୍ତୁତ ଥିବାର କହିଛନ୍ତି ଏହି ଲୋକ ମାନେ । ସରକାରୀ ଭାବରେ ସାହାର୍ୟ୍ୟ ସହଯୋଗ ଯୋଗାଇ ଦିଅ।ଗଲେ ଅ।ମ୍ଭେ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ନୋଲିଅ। ସାହି ଲୋକେ ।