ସୋନପୁରର ସୁନା ଝିଅ ଦିବ୍ୟାଶା

(ଓମ ପ୍ରକାଶ ମିଶ୍ର / ସୋନପୁର) ; ସମ୍ପ୍ରତି ଓଡିଶା ରାଜ୍ୟ ରାଇଫଲ ଏସୋସିଏସନ ଆନୁକୁଲ୍ୟରେ ୧୦ମ ରାଜ୍ୟ ସୁଟିଙ୍ଗ ପ୍ରତିଯୋଗିତା ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ସୋନପୁରର ୧୩ ବର୍ଷ ବୟସ୍କ ଝିଅ ଦିବ୍ୟାଶା ପ୍ରିୟଦର୍ଶିନୀ ଚୋପଦାର ଉତ୍କୃଷ୍ଟ ପ୍ରଦର୍ଶନ ସହିତକୁ ୧୭୭ ଓପନ ସାଇଟ ରାଇଫଲ (୧୦) ମିଟର ଜୁନିୟର ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ୍ଣପଦକ ପ୍ରାପ୍ତ କରିଛନ୍ତି ଦିବ୍ୟାଶା । ବିଗତ ଦୁଇବର୍ଷ ମଧ୍ୟରେ ଅନେକ ବନ୍ଧୁକ ଚାଳନା ଆସାନସୋଲ ଠାରେ ହୋଇଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଇଷ୍ଟକୋନ ପ୍ରତିଯୋଗିତାରେ ଓଡିଶା ପ୍ରତ୍ୟେକ ଥର ଗୋଲ୍ଡ ମେଡାଲ ହାସଲ ପାଇଁ ପ୍ରତିନିଧିତ୍ୱ କରି ଉନ୍ନତ ସ୍କୋର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସହିତ ଜାତୀୟ ସୁଟିଂ ପ୍ରତିଯୋଗିତା ଦିବ୍ୟାଶା ତାଙ୍କର ମୁଖ୍ୟ ଇଭେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ (ଓଡିଶା ପାଇଁ ପ୍ରତିନିଧ୍ଵ କରି ଶୁଟିଂ ଅଲମ୍ପିକ ଇଭେଣ୍ଟ ) ରେ ଅନେକ ପ୍ରତିଯୋଗିତାରେ କୃତିତ୍ୱ ହାସଲ ପୁରସ୍କାର ତଥା ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଏବଂ ପଶ୍ଚିମବଙ୍ଗର ଅଭିଭକ୍ତ ବଲାଙ୍ଗିର ଜିଲ୍ଲା ପାଇଁ ଦିବ୍ୟାଶା ହେଉଛନ୍ତି ପ୍ରଥମ ଗୌରବ । ଏଣୁ ଦିବ୍ୟାଶାଙ୍କୁ ସୋନପୁର ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସୁଟର ଦିବ୍ୟାଶା ହେଉଛନ୍ତି ସୋନପୁର ମଝିପଡ଼ାର ଶୁଷୁଶ୍ରୀ ପାତ୍ର ଏବଂ ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଚୋପଦାର ଙ୍କ ସୁପୁତ୍ରୀ ।