ଚାଷୀଙ୍କ ଦାବି ପୂରଣ ନହେଲେ, ତହସିଲ ଘେରାଉ ଚେତାବନୀ

(ଜଳେଶ୍ୱର / ଅଜିତ ସାହୁ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ବସ୍ତା କଂଗ୍ରେସ ପଖରୁ ଚାଷୀ ମାନଙ୍କ ହକ ପାଇଂ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ବସ୍ତା ଅଞ୍ଚଳ ରେ ଥିବା ସୋସାଇଟି ଗୁଡିକରେ ଚାଷୀ ମାନେ ସରକାରୀ ନିୟମଭାବେ ଧାନ ଦେବାକୁ ନାମ ପଞ୍ଜିକରଣ କରିବା ସହିତ ଟୋକନ ମଧ୍ୟ ପାଇଥିଲେ । ହେଲେ ସୋସାଇଟି ପକ୍ଷରୁ ଚାଷୀ ମାନଙ୍କୁ ହଇରାଣ କରିବା ସହିତ, ବିଭ୍ରାନ୍ତିକର ମନ୍ତବ୍ୟ ଦିଆଯାଉଛି। ଟୋକନ ଅନୁସାରେ ଦିନ ତାରିଖ ନିର୍ଦ୍ଧାରଣ କରାଯାଇ ଧାନ କିଣାଯାଉ ନାହିଁ।ଫଳରେ ଚାଷୀମାନେ ଧାନ ଚାଷ କରି ସରକାରୀ ଦାମରେ ବିକ୍ରି କରି ନପାରି, ନାହିଁ ନଥିବା ଅସୁବିଧା ସହିତ, ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଲୋକ ମାନଙ୍କର ସମସ୍ୟା କୁ ଦୃଷ୍ଟି ରେ ରଖି କଂଗ୍ରେସ ଦଳ ପକ୍ଷରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ ଦାବି କରାଯାଇଛି। ଆସନ୍ତା ୧୮ ତାରିଖ ସୁଦ୍ଧା ଯଦି ସରକାର ଚାଷୀମାନଙ୍କ ସମସ୍ୟା ସମାଧାନ ନକରନ୍ତି, ଆସନ୍ତା ୨୦ ତାରିଖ ଦିନ ଦଳ ପକ୍ଷରୁ ବସ୍ତା ତହସିଲ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।